fbpx
BSKY SKY
BSKY SKY

ବାହାନଗା ଦୁର୍ଘଟଣା ପାଇଁ ଦାୟୀ କିଏ? ଏହା ମାନବଜନିତ ତ୍ରୁଟି ନା ବୈଷୟିକ ତ୍ରୁଟି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୦୦୦ ଜଣ ଆହତ ହୋଇଥିବା ଖବର ପ୍ରକାଶ ପାଇଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିସାରିଛନ୍ତି ।

ତେବେ ଏହି ଦୁର୍ଘଟଣାର ମୃତକଙ୍କ ପାଇଁ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ଦୁର୍ଘଟଣା ଘଟିଥିବା ରୁଟରେ ‘କବଚ’ ବ୍ୟବସ୍ଥା ନଥିଲା ବୋଲି ରେଲୱେ ମୁଖପାତ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରେଲୱେର ସୁରକ୍ଷା ‘କବଚ’କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିରୋଧୀମାନେ ବର୍ଷିଛନ୍ତି । ତେବେ ଶହ ଶହ ଲୋକଙ୍କ ଜୀବନ ହାନୀ ହେବା ସହ ସେମାନଙ୍କର ପରିବାର ସମ୍ପୂର୍ଣ୍ଣ ନିସହାୟ ହୋଇ ପଡ଼ିଛନ୍ତି । ପରିବାର ଚଳାଉଥିବା କିଛି ଶ୍ରମିକଙ୍କର ମୃତ୍ୟୁରେ ତାଙ୍କର ପରିବାର ଆଜି ସର୍ବସ୍ୱାନ୍ତ ହୋଇଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଦୁର୍ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ? ସାଧାରଣ ଭାବେ ରେଳ ଦୁର୍ଘଟଣା ମୁଖ୍ୟତଃ ଦୁଇଟି କାରଣ ପାଇଁ ଘଟିଥାଏ । ପ୍ରଥମଟି ମାନବଜନିତ ତ୍ରୁଟି ଓ ଅନ୍ୟଟି ବୈଷୟିକ ବା ଟେକ୍ନିକାଲ ଜନିତ ତ୍ରୁଟି । ଟେକନିକାଲ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନେକ କହୁଛନ୍ତି । ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାର ଏହି ରୁଟରେ କାହିଁକି ରେଲୱେର ସୁରକ୍ଷା ‘କବଚ’ ବ୍ୟବସ୍ଥା କରାଯାଇଥିଲା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳ ବିଭାଗ ଉପରେ ବର୍ଷିଛନ୍ତି ।

Get real time updates directly on you device, subscribe now.