fbpx
BSKY SKY
BSKY SKY

Amazonରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ: ଏଣିକି ବେକାର ବା ଖରାପ ପ୍ରଡକ୍ଟ ଆପଣଙ୍କୁ ହେବ ନାହିଁ ଡେଲିଭର

BSKY

ନୂଆଦିଲ୍ଲୀ: କ’ଣ ଆପଣ ଇ-କମର୍ସ ସାଇଟରୁ ଆସୁଥିବା ଖରାପ ପ୍ରଡକ୍ଟକୁ ଫେରାଇ ଫେରାଇ ଥକି ପଡିଲେଣି କି ? ଏହି ସମସ୍ୟାକୁ ଠିକ୍ କରିବା ପାଇଁ ଆମାଜନ୍ ଏଆଇର ସାହାଯ୍ୟ ନେବାକୁ ଯାଉଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ, ଗ୍ରାହକମାନଙ୍କୁ ଭଲ ଅବସ୍ଥାରେ ପ୍ରଡକ୍ଟ ମିଳୁ, ଏହା ସୁନିଶ୍ଚିତ କରିବା ପାଇଁ ଆମାଜନ୍ ନିଜ ଗୋଦାମରେ ବଡ଼ ପରିପର୍ତ୍ତନ କରିବାକୁ ଯାଉଛି । ପ୍ରଡକ୍ଟକୁ ଡେଲିଭର କରିବା ପୂର୍ବରୁ ପ୍ରଡକ୍ଟଟି ଏଆଇ ମାଧ୍ୟମରେ ଯାଞ୍ଚ କରାଯିବ । ଏହାର ଅର୍ଥ କମ୍ କ୍ଷତିଗ୍ରସ୍ତ ପ୍ରଡକ୍ଟର ଡେଲିଭରୀ କରାଯିବ ନାହିଁ ଏବଂ ଏକ ଅର୍ଡର ନେବା ଏବଂ ପ୍ୟାକ୍ କରିବା ପ୍ରକ୍ରିୟା ଶୀଘ୍ର ହେବ ।

ଏବେ ଆମାଜନର ଗୋଦାମରେ ଶ୍ରମିକମାନେ ପ୍ରଡକ୍ଟର ଯାଞ୍ଚ କରୁଛନ୍ତି । ଶ୍ରମିକମାନେ ସେମାନଙ୍କର ଅଧିକାଂଶ ସମୟ ସାମାନ୍ୟ କ୍ଷତି ଉପରେ ଧ୍ୟାନ ଦେବାରେଲଗାଇ ଦିଅନ୍ତି । ପ୍ରଡକ୍ଟଗୁଡିକୁ ମାନୁଆଲ ଭାବରେ ଯାଞ୍ଚ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ମଧ୍ୟ ଏକ ସମୟ ସାପେକ୍ଷ ଏବଂ କଠିନ କାର୍ଯ୍ୟ, ଖାସକରି ଅଧିକାଂଶ ଆଇଟମ୍ ସାଧାରଣତଃ ଭଲ ଅବସ୍ଥାରେ ଥାଏ । ଏଆଇ ବ୍ୟବହାର କରି ଆମାଜନ ଏହାର ଗୋଦାମଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାକୁ ଆଶା କରୁଛି ।

ଲଜିଷ୍ଟିକ୍ସରେ ଇଓ ବ୍ୟବହାର କରିବାକୁ ଆମାଜନଙ୍କ ଏହି ନିଷ୍ପତ୍ତି ଶିଳ୍ପରେ ଏକ ବଡ଼ ପରିବର୍ତ୍ତନ ଆଣିବ । ଅନେକ କମ୍ପାନୀ ସେମାନଙ୍କର କାର୍ଯ୍ୟକୁ ଦକ୍ଷ କରିବା ପାଇଁ ଉପାୟ ଖୋଜୁଛନ୍ତି । ଶ୍ରମିକମାନଙ୍କ ଉପରେ ଶାରୀରିକ ଚାପ ହ୍ରାସ କରିବା ଏବଂ ଶ୍ରମ ଅଭାବକୁ ଦୂର କରିବା ପାଇଁ ଆମାଜନ ଏହାର ଗୋଦାମରେ ଅଧିକ କାର୍ଯ୍ୟ ସ୍ୱୟଂଚାଳିତ କରିବାକୁ ଚାହୁଁଛି । ଲଜିଷ୍ଟିକ୍ସରେ ଏଆଇ ବ୍ୟବହାର କରିବା ଅର୍ଥ ଟେକ୍ନୋଲୋଜିର ବିକାଶ ଯାହାକି ସାଧାରଣତଃ ମନୁଷ୍ୟ ଦ୍ୱାରା ସଂପନ୍ନ କାର୍ଯ୍ୟଗୁଡ଼ିକୁ ବଦଳାଇପାରେ, ଯେପରିକି ପ୍ରଡକ୍ଟ ବାଛିବା, ଅର୍ଡର ପ୍ୟାକ୍ କରିବା ଏବଂ ନଷ୍ଟ ହୋଇଥିବା ଦ୍ରବ୍ୟ ଯାଞ୍ଚ କରିବା ।

Get real time updates directly on you device, subscribe now.