fbpx
BSKY
BJD MS SKY
BJD YOUTH SKY

ବାଲେଶ୍ୱର ଦୁର୍ଘଟଣା ରୁଟରେ ‘କବଚ’ ଲାଗି ନଥିଲା: ଦୁର୍ଘଟଣାକୁ ଏଡ଼ାଇ ଯାଇ ପାରିଥାନ୍ତା କି, ଶହ ଶହ ଜୀବନ ବଞ୍ଚି ପାରିଥାନ୍ତା କି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୦୦୦ ଜଣ ଆହତ ହୋଇଥିବା ଖବର ପ୍ରକାଶ ପାଇଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିସାରିଛନ୍ତି ।

ଆଉ କିଛି ସମୟରେ ପରେ ଦୁର୍ଘଟଣା ସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ । ଏହା ମଧ୍ୟରେ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟ ପକ୍ଷରୁ ଟ୍ରେନ ଦୁର୍ଘଟଣାର ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ତେବେ ଏହି ଦୁର୍ଘଟଣାର ଭୟାବହ ପରିସ୍ଥିତି ମଧ୍ୟରେ ରେଳବାଇର ସୁରକ୍ଷା ‘କବଚ’କୁ ନେଇ ବହୁତ କିଛି ଚର୍ଚ୍ଚା ହେଉଛି । ‘କବଚ’ ଉପଯୋଗ କରାଯାଇ ଏହି ଭୟଙ୍କର ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା କି ବୋଲି ବିରୋଧୀଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି ।

ବର୍ତ୍ତମାନ ରେଳବାଇର କବଚ ଟେକ୍ନୋଲୋଜିକୁ ଦେଶର ସମସ୍ତ ରେଳ ଟ୍ରାକ ସହିତ ଯୋଡ଼ା ଯାଇ ନାହିଁ । ପୂର୍ବରୁ ‘କବଚ’କୁ ନେଇ ଡେମୋ ଦେଖାଯାଇଥିଲା ।  ରେଳବାଇର ମୁଖପାତ୍ର କହିଛନ୍ତି, ବାହାନଗା ରୁଟରେ କବଚ ସିଷ୍ଟମ ଲାଗି ନଥିଲା । ଚଳିତ ବର୍ଷ ପ୍ରାରମ୍ଭରେ ଏନେଇ ଏକ ଡେମୋ କରାଯାଇଥିଲା । କବଚ ଉପଯୋଗ କରାଯିବା ଫଲରେ ମୁହାଁମୁହିଁ ହେବାକୁ ଥିବା ଦୁଇ ଟ୍ରେନ ଅଟୋମେଟିକ ରହି ଯାଇଥାନ୍ତି ।

ପୂର୍ବରୁ ରେଳମନ୍ତ୍ରୀ ରାଜ୍ୟସଭାରେ କହିଥିଲେ, ଭାରତୀୟ ରେଳବାଇର ଦୁର୍ଘଟଣା ପ୍ରତିରୋଧୀ ପ୍ରଣାଳୀ ‘କବଚ’କୁ ପର୍ଯ୍ୟାୟକ୍ରମେ ସାରା ଦେଶରେ ଲାଗୁ କରାଯାଉଛି । ରିସର୍ଚ୍ଚ ଡିଜାଇନ୍ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ (ଆରଡିଏସଓ)ର ପ୍ଲାନ ଅନୁସାରେ ଦକ୍ଷିଣ-ମଧ୍ୟ ରେଲୱେର ୧୪୫୫ କିମି କଭର କରାଯାଇଥିଲା । ସାରା ଦେଶରେ ଏହି ସଂଗଠନର କାର୍ଯ୍ୟ ଆଗେଇ ଚାଲିଛି । ଏହି ପ୍ରୋଜେକ୍ଟର ନାମ ‘ଟ୍ରେନ କୋଲିସନ ଆଭଏଡାନ୍ସ ସିଷ୍ଟମ (ଟିସିଏଏସ) ରଖାଯାଇଥିବା ବେଳେ ଏହା ୨୦୧୨ରେ ଆରମ୍ଭ କରାଯାଇଥିଲା ।

ରେଳ ମନ୍ତ୍ରଣାଳୟ ମୁତାବକ, ଟ୍ରେନ ସୁରକ୍ଷା ଓ ଚେତାବନୀ ପ୍ରଣାଳୀ (ଟିପିଡବ୍ଲ୍ୟୁଏସ) ଦୁର୍ଘଟଣାକୁ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସିଷ୍ଟମ ଅଟେ । ସେଥିରେ ପ୍ରତ୍ୟେକ ସିଗନାଲ ରେଲୱେ ଇଞ୍ଜିର କ୍ୟାବରେ ସ୍କ୍ରିନ ଲାଗିଥାଏ । ଟ୍ରେନ ଯେତେ ବେଗରେ ଆଗକୁ ବଢ଼ିବ, ତାହାକୁ ପାଇଲଟ ନିଜର ସ୍କ୍ରିନରେ ଦେଖି ପାରିବେ । ଘନ କୁହୁଡ଼ି, ବର୍ଷା ବା ଅନ୍ୟ ଖରାପ ପାଣିପାଗ କାରଣରୁ ତାହା ଟ୍ରେନର ଗତିକୁ ଧୀମା କରିଦେଇଥାଏ ।

Get real time updates directly on you device, subscribe now.