fbpx
BSKY SKY
BSKY SKY

ମୃତ୍ୟୁ ସଂଖ୍ୟାକୁ ନେଇ ରେଳମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ; ମମତାଙ୍କ ର ୫୦୦ ଓ ଅଶ୍ୱନୀ ବୈଷ୍ଣବଙ୍କ ୨୩୮ଥିଲା ମୃତ୍ୟୁ ସଂଖ୍ୟା

BSKY

ଭୁବନେଶ୍ୱର/ ବାହାନଗା : ବାଲେଶ୍ୱର ବାହାନଗା ଦୁର୍ଘଟଣା ସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ମଧ୍ୟରେ କଥା କଟାକଟି ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କରିଥିଲେ । ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କୁ ନେଇ ଦୁଇ ମନ୍ତ୍ରୀ ମଧ୍ୟ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତକଙ୍କ ସଂଖ୍ୟା ଉଭୟଙ୍କ ମଧ୍ୟରେ ଅଲଗା ରହିଥିଲା । ମୃତକଙ୍କ ସଂଖ୍ୟା ୫୦୦ ହେବ ବୋଲି ମମତା ବାନାର୍ଜୀ କହିଥିବାବେଳେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ହିସାବ ଥିଲା କିଛି ଅଲଗା । ମୃତକଙ୍କ ସଂଖ୍ୟା ୨୩୮ବୋଲି ଅଶ୍ବିନୀ ବୈଷ୍ଣବ କହିଥିଲେ । ଏହାକୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ଏହା ସହ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ ଯେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି । କିନ୍ତୁ ଦିଦି କହିଥିଲେ ଆହୁରି ୩ଟି ବଗିରେ ମୃତଦେହ ପଡି ରହିଛି । ଉଭୟଙ୍କ ମଧ୍ୟରେ ସୂଚନା ଦେବାରେ ତାଳମେଳ ରହି ନ ଥିଲା । ଯାହାକୁ ନେଇ ଏକ ପ୍ରକାର ଦ୍ୱନ୍ଦ୍ୱ ଉପୁଜିବା ସହ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି ମଧ୍ୟ ସଂଘାତିକ ଅଭିଯୋଗ ଆଣିଥିଲେ । ଦୁର୍ଘଟଣା ପାଇଁ ରେଳ ବିଭାଗକୁ ଦାୟୀ କରିଥିଲେ । ପ୍ରର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ଦିଦି ଅଭିଯୋଗ କରିଥିଲେ । ଟ୍ରେନ୍ ଲାଇନରେ ସୁରକ୍ଷା କବଚ ର ବ୍ୟବସ୍ଥା ଥିଲେ ଏମିତି ଏକ ଭୟାବହ ଦୁର୍ଘଟଣା ହୋଇନଥାନ୍ତା । ଏତେ ଲୋକଙ୍କ ଜୀବନ ଯାଇନଥାନ୍ତା । ଏହି ଦୁର୍ଘଟଣାରେ ଅଧିକାଂଶ ଯାତ୍ରୀ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ପ୍ରାୟ ୬୦ ପ୍ରତିଶତ ଯାତ୍ରୀ ପଶ୍ଚିମବଙ୍ଗର ଥିଲେ । ଯାତ୍ରୀମାନଙ୍କ ଉଦ୍ଧାର କାର୍ଯ୍ୟାରେ ପଶ୍ଚିମବଙ୍ଗରୁ ପ୍ରାୟ ୭୦ଟି ବସ୍ ନିୟୋଜିତ କରାଯାଇଛି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.