fbpx
BSKY SKY
BSKY SKY

ରେଳ ଦୁର୍ଘଟଣା ପରେ ଲୋକୋ ପାଇଲଟ୍ ଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ, ବରଖାସ୍ତ ନା ଜେଲ୍ ଦଣ୍ଡ

BSKY

ନୂଆ ଦିଲ୍ଲୀ:ଓଡିଶାର ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହା ସହିତ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି କୁହାଯାଉଛି । ୩ ଗୋଟି ଟ୍ରେନ୍ ପରସ୍ପର ସହ ପିଟି ହେବା ଦ୍ୱାରା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ହୋଇଛି । ତାମିଲନାଡୁରୁ ହାୱଡା ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍, ଯଶବନ୍ତପୁର ହାୱଡା ସୁପରଫାଷ୍ଟ ଓ ଏକ ମାଲଗାଡି ଏହି ଦୁର୍ଘଟଣାରେ ସାମିଲ ରହିଛି ।

ଏହି ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଆଦେଶ ଦିଆଯାଇଛି । ଏକ ଆରଟିଆଇ ସୂଚନା ଅନୁସାରେ ୫୭ ପ୍ରତିଶତ ଟ୍ରେନ୍ ଦୁର୍ଘଟଣା ରେଳ କର୍ମଚାରୀଙ୍କ ଭୁଲ୍ ଯୋଗୁ ହୋଇଥାଏ । ତେବେ ଏହି କ୍ରମରେ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଏହିପରି ଦୁର୍ଘଟଣାରେ ଟ୍ରେନ୍ ଚାଳକଙ୍କ କେତେ ମାତ୍ରାରେ ଭୁଲ୍ ରହିଥାଏ । ଏପରି ଦୁର୍ଘଟଣା ପାଇଁ ଏମାନେ ଦାୟୀ କି ନୁହନ୍ତି । ପୂର୍ବରୁ ଏପରି ବହୁବାର ହୋଇ ସାରିଛି ଓ ଟ୍ରେନ୍ ଚାଳକଙ୍କୁ ଦୁର୍ଘଟଣା ପାଇଁ ଦାୟୀ କରାଯାଇଛି । ତେବେ ଏପରି କ୍ଷେତ୍ରରେ ସେମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।

ତେବେ ଟ୍ରେନ୍ ଦୁର୍ଘଟଣା ଲାଗି ଲୋକୋ ପାଇଲଟ୍ ଦାୟୀ ହେବାର ସ୍ଥିତି ବହୁତ କମ୍ ଦେଖାଯାଏ । ଏହା ଏଇଥିପାଇଁ ଯେ, ପାଇଲଟ୍ ସିଗନାଲ ହିସାବରେ ଟ୍ରେନ୍ ଚଳାଇଥାନ୍ତି । ତାଙ୍କୁ ଗ୍ରୀନ୍ ସିଗନାଲ୍ ମିଳୁଥିଲେ ସେମାନେ ଆଗକୁ ଯାଇଥାନ୍ତି ରେଡ୍ ସିଗନାଲ୍ ମିଳିଲେ ସେମାନେ ଟ୍ରେନ୍ ଅଟକାଇଥାନ୍ତି । ଲୋକେ ପାଇଲଟ୍ ଏହି ସିଗନାଲ୍ କେବେ ଛାଡି ନ ଥାନ୍ତି । ତେବେ ପଟରୀରେ ଟ୍ରେନ୍ ଚାଲିବା ବେଳେ କେତେକ ତ୍ରୁଟି କ୍ଷେତ୍ରରେ ବହୁ ସମୟରେ ପାଇଲଟକୁ ଦୋଷୀ ମନେ କରାଯାଏ । ଯଦି ଟ୍ରେନ୍ ନିର୍ଦ୍ଧାରିତ ଗତି ସୀମା ଠାରୁ ଅଧିକ ସ୍ପିଡ୍ରେ ଚାଲିଥାଏ ତେବେ ଏହା ଲାଇନ୍ ଚ୍ୟୁତ ହେବାର ସମ୍ଭାବନା ବଢିଯାଏ । ୨୦୨୨ରେ ଦାଦର-ପୁଡୁଚେରୀ ଏକ୍ସପ୍ରେସ୍ ର ୩ ଗୋଟି ଡବା ଲାଇନଚ୍ୟୁତ ହୋଇଥିଲା । ଏଥିପାଇଁ ଚାଳକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୨୦୧୧ରେ ବି ଲୋକୋ ପାଇଲଟ୍ଙ୍କ ଏକ ଭୁଲ୍ ଯୋଗୁ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏହି ସମୟରେ ଚେନ୍ନାଇ ବିଚ୍-ଭେଲୋର ମୀମୁ ମଧ୍ୟରେ ଯାତ୍ରା କରୁଥିବା ଟ୍ରେନ୍ ଡ୍ରାଇଭର ଫୋନ୍ରେ କଥା ହୋଇ ଟ୍ରେନକୁ ଟ୍ରାକରେ ଛିଡା ହୋଇଥିବା ଅନ୍ୟ ଏକ ଟ୍ରେନ୍ ସହ ପିଟି ଦେଇଥିଲେ । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା । ଚାଳକଙ୍କୁ ଏହି ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିଥିଲା ।

ଜଣେ ରେଳ ଅଧିକାରୀ କହିଛନ୍ତି ଲୋକୋ ପାଇଲଟ୍ ଙ୍କୁ ଯାଞ୍ଚ ଆରମ୍ଭ ହେବା ପୂର୍ବରୁ ତକ୍ରାଳ ବରଖାସ୍ତ କରି ଦିଆଯାଏ । ଏହାପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠା ଯାଇଥାଏ । କମିଶନ ଅଫ୍ ରେଲୱେ ସେଫ୍ଟି ବା ସିଆର୍ ଏସ୍ ଙ୍କ ସାମ୍ନାରେ ଉପସ୍ଥିତ ରହି ତାଙ୍କୁ ନିଜର ମତ ଦେବାକୁ ହୋଇଥାଏ । ଯଦି ସେ ନିଜ ପକ୍ଷରେ ଠିକ୍ ଦଲିଲ ଉପସ୍ଥାପନ କରି ନ ପାରନ୍ତି ଓ ଏହା ପ୍ରମାଣିତ ହୋଇଯାଏ ଯେ, ଦୁର୍ଘଟଣା ତାଙ୍କର ଅସାବଧାନତା କାରଣରୁ ହୋଇଛି ତେବେ ତାଙ୍କୁ ଚାକିରୀରୁ କାଢି ଦିଆଯାଏ । ଏହାପରେ ସେ ଆଉ କେବେ ଲୋକୋ ପାଇଲଟ୍ ଭାବରେ କାମ କରିପାରିବେ ନାର୍ହିଁ । ତେବେ ଏମାନଙ୍କୁ ଜେଲ୍ ହେବା ବହୁତ ଦୂର୍ଲଭ । କାରଣ ଏହା ଏକ ମାନବୀୟ ଭୁଲ୍ ହୋଇଥାଏ ଯେଉଁ କାରଣରୁୁ ତାଙ୍କୁ ବରଖାସ୍ତ କରି ଦିଆଯାଏ । ତେବେ ଏହି ବରଖାସ୍ତ ବିରୁଦ୍ଧରେ ସେମାନେ କୋର୍ଟ ବି ଯାଇପାରିବ ।

Get real time updates directly on you device, subscribe now.