fbpx

ସକାଳୁ ସକାଳୁ ଏପରି ଭାବେ ପିଅନ୍ତୁ ତୁଳସୀ ପାଣି: ଇମ୍ୟୁନିଟି ବଢାଇବା ସହ ଥଣ୍ଡା-କାଶକୁ …

ଆମେ ସମସ୍ତେ ଆମର ଗୁରୁଜନମାନଙ୍କଠାରୁ ଶୁଣିଛନ୍ତି ତୁଳସୀ ପତ୍ର ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ ଏବଂ ଏହାକୁ ପ୍ରତିଦିନ ଖାଇବା ଉଚିତ୍ । ଏହା କେବଳ ଥଣ୍ଡା ଏବଂ କାଶକୁ ଦୂରେଇ ରଖେ ନାହିଁ, ବରଂ ଏହା ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏହା ଆୟୁର୍ବେଦରେ ବ୍ୟବହୃତ ହୋଇଆସୁଛି । ଘରେ ତୁଳସୀକୁ ଧାର୍ମିକ କାରଣରୁ ପୂଜା ମଧ୍ୟ କରାଯାଏ । ତୁଳସୀ ପାଣିର ବ୍ୟବହାରର ବିଷୟରେ ହୁଏତ କମ ଲୋକ ଜାଣିଥିବେ । ଯଦି ଏହାକୁ ପାଣିରେ ଫୁଟାଇ ସେବନ କରାଯାଏ ତେବେ ଏହାର ଗୁଣ ଆହୁରି ବଢ଼ିଯାଏ । ତେବେ ତୁଳସୀ ପାଣିର ଆଉ କ’ଣ ଲାଭ ରହିଛି ଏବଂ ଏହାକୁ କିପରି ବ୍ୟବହାର କରାଯାଇପାରିବ ଆସନ୍ତୁ ଜାଣିବା ।

ଏଭଳି ଭାବରେ କରିପାରିବେ ପ୍ରସ୍ତୁତ:

ଏକ ପ୍ୟାନରେ ଏକ ଗ୍ଲାସ୍ ପାଣି ରଖନ୍ତୁ ଏବଂ ଏହାକୁ ଫୁଟିବାକୁ ଦିଅନ୍ତୁ । ଏବେ ସେଥିରେ କିଛି ତୁଳସୀ ପତ୍ର ପକାନ୍ତୁ ଏବଂ ପାଣି ଅଧା ହେବା ପର୍ଯ୍ୟନ୍ତ ଏହି ପାଣି ଫୁଟାନ୍ତୁ । ଏହାପରେ ପାଣିକୁ ଛାଣି ଏଥିରେ ମହୁ ମିଶାଇ ଏହାକୁ ଖାଆନ୍ତୁ ।

୧. ତୁଳସୀ ପତ୍ରର ଏହି ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ କମ ହୋଇଥାଏ । ପେଟର ଚର୍ବି ମଧ୍ୟ କମ ହୋଇଥାଏ । ଏହି କାରଣରୁ ଆପଣଙ୍କ ରକ୍ତରେ ଥିବା ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହି ସମସ୍ତ ଗୁଣ ଯୋଗୁଁ, ମଧୁମେହ ରୋଗୀମାନେ ସେମାନଙ୍କର ସୁଗାରକୁ ଏକ ଭଲ ଉପାୟରେ ନିୟନ୍ତ୍ରଣ ରଖିପାରିବେ ।

୨. ଆଜିର ବଦଳୁଥିବା ଜୀବନଶୈଳୀରେ ସମସ୍ତେ ଚାପଗ୍ରସ୍ତ ରହୁଛନ୍ତି । ଏହି ଚାପ ଅନେକ ଗମ୍ଭୀର ରୋଗର କାରଣ ହୋଇଥାଏ । ଏଭଳି ପରିସ୍ଥିତିରେ, ଯଦି ଆପଣ ତୁଳସୀ ପତ୍ରକୁ ଗରମ ପାଣିରେ ଫୁଟାଇ ଖାଆନ୍ତି, ତେବେ ଆପଣ ଚାପରୁ ମୁକ୍ତି ପାଇପାରିବେ।

୩. ଓଜନ ବୃଦ୍ଧି ହେତୁ ପ୍ରତ୍ୟେକ ବ୍ୟକ୍ତି ଅସୁବିଧାରେ ପଡ଼ନ୍ତି, ଓଜନ ବଢ଼ିବା ଯୋଗୁଁ ରୋଗ ହୁଏ ନାହିଁ ବରଂ ବ୍ୟକ୍ତି ଚାପରେ ମଧ୍ୟ ରହିଥାନ୍ତି । ତୁଳସୀ ପତ୍ରର ବ୍ୟବହାର ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରେ ।

୪. ତୁଳସୀ ପତ୍ରରେ ଏପରି ଅନେକ ଗୁଣ ଅଛି ଯାହା ହଜମ ପ୍ରକ୍ରିିୟାକୁ ଉନ୍ନତ କରିଥାଏ ଏହା ସହ ଗ୍ୟାସ ଆଦିକୁ ଦୂର କରିଥାଏ ।

୫. ତୁଳସୀ ପତ୍ରରେ ଇମ୍ୟୁନୋମୋଡ୍ୟୁଲେଟୋରୀ ଏବଂ ଏକ୍ସପେକ୍ଟାଣ୍ଟ ଗୁଣ ରହିଛି ଯାହା ଆପଣଙ୍କର ଶ୍ୱାସକ୍ରିୟାର ଯତ୍ନ ନିଏ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।

Get real time updates directly on you device, subscribe now.