fbpx
BSKY
BJD SHG SKY
BJD YOUTH SKY

୪୦ ବର୍ଷ ବୟସ ପୂର୍ବରୁ ମଦ୍ୟପାନ କରିବା ଲାଭଦାୟକ ନୁହେଁ, ନୂଆ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଆଜିକାଲିର ଦୁନିଆରେ ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ, ମହିଳା ସମେସ୍ତ ମଦ୍ୟପାନ କରିଥାନ୍ତି । ଅନେକ ଲୋକ ମଦ୍ୟପାନ କରି ନିଜ ଜୀବନକୁ ନଷ୍ଟ କରି ଦେଉଥିବା ମଧ୍ୟ ଅନେକ ଉଦାହରଣ ରହିଛି । ତେବେ ନିକଟରେ ମଦ୍ୟପାନକୁ ନେଇ ଏକ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ୪୦ ବର୍ଷ ବୟସ ପୂର୍ବରୁ ମଦ୍ୟପାନ କରିବା ଲାଭଦାୟକ ହୋଇ ନଥାଏ ବୋଲି ଏକ ଷ୍ଟଡିରୁ ଖୁଲାସା ହୋଇଛି ।

ଏକ ଗ୍ଲୋବାଲ ଆନାସିଲିସରୁ ଜଣାପଡ଼ିଛି ଯେ, ଯଦି ଆପଣମାନେ ୪୦ ବର୍ଷ ପୂର୍ବରୁ ମଦ୍ୟପାନ କରୁଛନ୍ତି, ତେବେ ଏ କ୍ଷେତ୍ରରେ କୌଣସି ଲାଭ ମିଳିନଥାଏ । ଏପରିକି ଯଦି ଆପଣମାନେ ସ୍ୱଳ୍ପ ମାତ୍ରାରେ ଆଲକହଲ ସେବନ କରୁଛନ୍ତି, ତେବେ ସେ କ୍ଷେତ୍ରରେ ମଧ୍ୟ ସମାନ ପ୍ରଭାବ ରହିଥାଏ । ବୟସ୍କଙ୍କ କ୍ଷେତ୍ରରେ ଏହା ସାମାନ୍ୟ ବେନିଫିଟ୍ ପ୍ରଦାନ କରିଥାଏ । ସାଧାରଣ ଭାବେ ମଦ୍ୟପାନ କରିବା ଦ୍ୱାରା ବୟସ୍କଙ୍କ କ୍ଷେତ୍ରରେ ହୃଦରୋଗ, ଷ୍ଟ୍ରୋକ, ମଧୁମେହ ପରି ରୋଗର ସମ୍ଭାବନା ହ୍ରାସ ପାଇଥାଏ ।

ତେବେ ପୂର୍ବରୁ କରାଯାଇଥିବା ଏକ ଷ୍ଟଡିରୁ ଭିନ୍ନ ତଥ୍ୟ ସାମ୍ନାକୁ ଆସିଥିଲା । ଦିନକୁ ଗୋଟିଏ ଗ୍ଲାସ ଆଲକହଲ ସେବନ ଦ୍ୱାରା ହାର୍ଟ ସୁସ୍ଥ ରହିବ ବୋଲି କୁହାଯାଇଥିଲା, ମାତ୍ର ତାହା ପ୍ରମାଣିତ ହୋଇନଥିଲା । ବିଶ୍ୱସ୍ତରରେ ୧୫ରୁ ୩୯ ବର୍ଷୀୟ ପୁରୁଷମାନେ ଅସୁରକ୍ଷିତ ଭାବେ ଆଲକହଲ ସେବନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଆଲକହଲ ସମ୍ପର୍କିତ ଟ୍ରାଫିକ ସମସ୍ୟାରେ ପଡ଼ୁଛନ୍ତି । କାର ଦୁର୍ଘଟଣା, ହତ୍ୟା, ଆତ୍ମହତ୍ୟା ଏହି ସମସ୍ୟା ଅନ୍ତର୍ଭୁକ୍ତ ରହିଛି ।

Get real time updates directly on you device, subscribe now.