fbpx

ଡେଲିଭରି ବେଳେ ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଡାକ୍ତର: ସିକ୍ରେଟ୍ କ୍ୟାମେରାରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

ନୂଆଦିଲ୍ଲୀ: ରକ୍ଷକ ଭକ୍ଷକ ହେବା କଥା ବର୍ତ୍ତମାନ କିଛି ନୂଆ ନୁହେଁ । ଗର୍ଭବତୀଙ୍କୁ ଦୁଷ୍କର୍ମ କରିଛନ୍ତି ଜଣେ ଡାକ୍ତର । ଡେଲିଭରି ବେଳେ ଜୀବନ ବଞ୍ଚାଇବା ପରିବର୍ତ୍ତେ ନିଜ କାମନାକୁ ଚରିତାର୍ଥ କରିଥିଲେ ଏହି ଦ୍ୱିତୀୟ ଭଗବାନ । ବ୍ରାଜିଲରୁ ସାମ୍ନାକୁ ଆସିଛି ଏଭଳି ନୃଶଂସ ଘଟଣା । ସି-ସେକ୍ସନ୍ ଅପରେସନ୍ ବେଳେ ଡାକ୍ତର ଜଣକ ଏଭଳି କାଣ୍ଡ କରିଛନ୍ତି । ତେବେ ଏହି ଅପରାଧର ସମ୍ପୂର୍ଣ୍ଣ ଘଟଣା ସିକ୍ରେଟ୍ କ୍ୟାମେରାରେ କଏଦ ହୋଇଛି । ଅଭିଯୁକ୍ତ ଡାକ୍ତର ଏଭଳି ଭାବେ ୫ ଥର ଦୁଷ୍କର୍ମ କରିଥିବା ଆଶଙ୍କା କରାଯାଉଛି । ଅଭିଯୁକ୍ତ ୩୨ ବର୍ଷୀୟ ଡାକ୍ତର ଜିୟୋବାନୀ କ୍ୱିଣ୍ଟେଲା ବେଜରାଙ୍କୁ ରିଓ ଡି ଜେନେରିଓରୁ ଗିରଫ କରିଛି ପୋଲିସ ।

ରିପୋର୍ଟ ମୁତାବକ, ଗିରଫ ହେବା ପରେ ବେଜରାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହି ଘଟଣା ରିଓ ଡି ଜେନେରିଓର ହସ୍ପିଟାଲ ଦା ମୁହ୍ଲାରର ବୋଲି ଜଣାଯାଇଛି । ଏଠାରେ ଡେଲିଭରି ପାଇଁ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତର ପ୍ରଥମେ ବେହୋସ କରି ଦେଇଥିଲେ ଏବଂ ପରେ ତାଙ୍କର ଓରାଲ ରେପ୍ କରାଯାଇଥିଲା । ଆଶଙ୍କା କରାଯାଉଛି ଯେ ସେ ପୂର୍ବରୁ ମଧ୍ୟ ଏଭଳି କାରନାମା କରିଛନ୍ତି ।

ବେଜରା କିଛି ମାସ ତଳେ ହିଁ ଆନାସ୍ଥେସିଆର କୋର୍ସ କରିବା ପରେ ତାଙ୍କୁ ଏହି ହସ୍ପିଟାଲରେ ଚାକିରି ମିଳିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏ ନେଇ ସନ୍ଦେହ ହେବାରୁ ସେମାନେ ଅପରେସନ୍ ଥିଏଟରରେ ଏକ ହିଡେନ୍ କ୍ୟାମେରା ଲଗାଇଥିଲେ । ଏହି କ୍ୟାମେରା ମାଧ୍ୟମରେ ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବାକୁ ଚାହୁଁଥିଲେ ଯେ ବେଜରା ଠିକ୍ ଭାବେ ଇଞ୍ଜେକସନ୍ ଦେଉଛନ୍ତି କି ନାହିଁ । ଗିରଫ ହେବା ପରେ ଅଭିଯୁକ୍ତକୁ ୮ରୁ ୧୫ ବର୍ଷ ଯାଏଁ ଜେଲ ହୋଇପାରେ ।

ଏବେ ଅଭିଯୁକ୍ତ ଡାକ୍ତରକୁ ବ୍ରାଜିଲର ସବୁଠୁ ବଡ଼ ଜେଲ ବାଙ୍ଗୁରେ ରଖାଯାଇଛି । ପୋଲିସ ତଦନ୍ତ ବେଳେ ଜଣାପଡ଼ିଛି ଯେ ବେଜରା ୨୦୧୮ରୁ ହିଁ ହସ୍ପିଟାଲରେ ଅଭଦ୍ରାମୀ କରିଥିବା ନେଇ ଅଭିଯୋଗର ସାମ୍ନା କରୁଛନ୍ତି । ପୂର୍ବରୁ ସେ ଓ ଆଉ ଜଣେ ଡାକ୍ତରଙ୍କ ଉପରେ ଭୁଲ ଚିକିତ୍ସା କରିଥିବା ନେଇ ଆରୋପ ଲାଗିଥିଲା । ସେମାନଙ୍କ ଭୁଲ ଚିକିତ୍ସା ଯୋଗୁ ଜଣେ ୨୩ ବର୍ଷୀୟା ମହିଳା କୋମାକୁ ଚାଲିଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.