fbpx

କେଶ ଶୁଖାଇବାକୁ ହେୟାର ଡ୍ରାୟର ବ୍ୟବହାର କରନ୍ତି କି ? ତେବେ ଜାଣନ୍ତୁ ଏହାର ଅପକାରିତା

ବର୍ଷା ଋତୁରେ କେଶ ସଫା କରିବା ଦ୍ୱାରା ଥଣ୍ଡା ବଢିବାର ଆଶଙ୍କା ବଢିଥାଏ । ତେଣୁ ଅଧିକାଂଶ ମହିଳା କେଶକୁ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କରିଥାନ୍ତି । ଏହା କେଶକୁ ଷ୍ଟାଇଲିସ୍ କରିବା ସହ ସାଇନ୍ଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି? ହେୟାର ଡ୍ରାୟର ଆପଣଙ୍କ କେଶର ଗଠନ ଶୈଳୀ ପରିବର୍ତ୍ତନ କରି ଦେଇଥାଏ । ଏହାକୁ ନିୟମିତ ବ୍ୟବହାର ଦ୍ୱାରା କେଶ ଦୁର୍ବଳ ହେବା ସହ ରୁକ୍ଷ ଓ ଶୁଷ୍କ ହୋଇପଡିଥାଏ । ହେୟାର ଡ୍ରାୟରରୁ ବାହାରୁଥିବା ଗରମ ପବନ କେଶ ମୂଳକୁ ଦୁର୍ବଳ କରିଥାଏ ।

Blow Dry Your Hair Faster and Keep It Healthy with These 7 Tips

ଯଦି ଆପଣ ନିୟମିତ ହେୟାର ଡ୍ରାୟର ବ୍ୟବହାର କରୁଥାନ୍ତି, ତେବେ ବିଶେଷ ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ । ହେୟାର ଡ୍ରାୟର ବ୍ୟବହାର ପୂର୍ବରୁ କେଶରେ ସିରମ୍ ଲଗାଇବା ଜରୁରୀ ହୋଇଥାଏ । ସିରମ୍ପରିବର୍ତ୍ତେ ଆଲୋଭେରା ଜେଲ୍ ମଧ୍ୟ ବ୍ୟବହାର କରି କେଶକୁ ସୁରକ୍ଷା ଦେଇପାରିବେ । ଏହା ଲଗାଇବା ଦ୍ୱାରା କେଶରେ ଡ୍ରାୟରର ଗରମ ପବନ ବିଶେଷ କ୍ଷତି ପହଞ୍ଚାଇବାରେ ଅସଫଳ ହୋଇଥାଏ ।

3000 Series Hair Dryer BHD308/30 | Philips

ହେୟାର ଡ୍ରାୟର ବ୍ୟବହାର କରିବା ପୂର୍ବରୁ ଆପଣାନ୍ତୁ ଏହି ଉପାୟ:-

• କେଶକୁ ଡ୍ରାଏ କରିବା ସମୟରେ କେଶଠାରୁ ଡ୍ରାୟରର ଦୂରତା କମ ସେ କମ ୬ରୁ ୯ ଇଞ୍ଚ ମଧ୍ୟରେ ରଖନ୍ତୁ । ଏହା ଦ୍ୱାରା କେଶ କମ୍ ରୁକ୍ଷ ହୋଇଥାଏ ।

• ହେୟାର ଡ୍ରାୟର ବ୍ୟବହାର କରିବା ପୂର୍ବରୁ କଣ୍ଡିସନର୍ ନିଶ୍ଚୟ ଲଗାନ୍ତୁ । ଏହା ଦ୍ୱାରା କେଶ ଗୋଚ୍ଛା ହେବା ଓ ଉପୁଡିବା କମ୍ ହୋଇଥାଏ ।

• ଡ୍ରାୟର ବ୍ୟବହାର ବେଳେ ହ୍ୟାଣ୍ଡେଲକୁ ହିଁ ଧରନ୍ତୁ । ତା’ର ବର୍ଡିକୁ ଧରନ୍ତୁ ନାହିଁ ।

• ଏହାର ବ୍ୟବହାର ବେଳେ ଗରମ ପବନ କେଶ ମୂଳରେ ଯେପରି ନ ବାଜିବ । ସେଥିପ୍ରତି ଧ୍ୟାନ ଦେବା ଜରୁରୀ ।

• ହେୟାର୍ ଡ୍ରାୟର ବ୍ୟବହାର କରୁଥିଲେ, ହେୟାର୍ ବ୍ରଶ୍ ବ୍ୟବହାର କରିବା ଉଚିତ୍ ।

• କେଶ ରୁକ୍ଷ ହୋଇଥିଲେ ଯଥାସମ୍ଭବ କମ୍ ହେୟାର ଡ୍ରାୟର୍ ବ୍ୟବହାର କରିବା ଉଚିତ୍ ।

• ଓଦା କେଶକୁ ଖରାରେ ଶୁଖାନ୍ତୁ । ଯଦି ଆପଣ ଚାହିଁବେ, କୋଲ୍ଡ ଡ୍ରାୟର ବ୍ୟବହାର କରିପାରିବେ ।

 

Get real time updates directly on you device, subscribe now.