fbpx

ଅଧିକ ଗରମ ଚା’ ପିଉଛନ୍ତି କି? ତେବେ ସାବଧାନ୍

ପ୍ରାୟତଃ ସକାଳୁ ସମସ୍ତେ ଟିକେ ଚା’ ପିଇବାକୁ ପସନ୍ଦ କରନ୍ତି । ଅଳସୁଆ ପଣ ହେଉ ବା ଅଭ୍ୟାସ, ଚା’ ପିଇବା ଦ୍ୱାରା ଶରୀର ବେଶ ସତେଜ ଲାଗିଥାଏ । କିନ୍ତୁ ଅତ୍ୟଧିକ ଚା’ ପିଇବା ଶରୀର ପ୍ରତି ଅନେକ କ୍ଷତିକାରକ ହୋଇଥାଏ । ଯଦି ଆପଣ ବି ଅଧିକ ଗରମ ଚା’ ପିଉଛନ୍ତି, ତେବେ ଆଜିଠାରୁ ଏହି ଅଭ୍ୟାସ ପରିବର୍ତ୍ତନ କରନ୍ତୁ । ତେବେ ଆସନ୍ତୁ ଜାଣିବା ଗରମ ଚା’ ପିଇବା ଦ୍ୱାରା କ’ଣ ହୋଇଥାଏ କ୍ଷତି..

– ଗରମ ଚା’ ପିଇବା ଦ୍ୱାରା ଶରୀରରେ କ୍ୟାନସର ହେବାର ଆଶଙ୍କା ଥାଏ । ଅଧିକ ପରିମାଣରେ ଗରମ ଚା’ ପିଇବା ଦ୍ୱାରା ଖାଦ୍ୟନଳୀରେ କ୍ୟାନସର ହେବାର ଅଧିକ ଆଶଙ୍କା ଥାଏ । ସବୁବେଳେ ଅଧିକ ଗରମ ଥିବା ଚା ନ ପିଇ ଏହାକୁ ଅଳ୍ପ ଥଣ୍ଡା କରି ପିଇବା ଉଚିତ ।

-ଅଧିକ ଗରମ ପାନୀୟ ଆମ ଖାଦ୍ୟ ନଳୀ ପାଇଁ କ୍ଷତିକାରକ । ପ୍ରତ୍ୟେକ ଦିନ ୭୫ ଡିଗ୍ରୀ କିମ୍ବା ଏହାଠୁ ଅଧିକ ଗରମ ଥିବା ଚା’ ପିଇବା ଦ୍ୱାରା ଖାଦ୍ୟନଳୀରେ ଇସୋଫେଗଲ୍ କ୍ୟାନସର ହେବାର ଆଶଙ୍କା ଦ୍ୱିଗୁଣା ବଢ଼ିଯାଏ ।

Get real time updates directly on you device, subscribe now.