fbpx

ପ୍ରତି ୧୫ ମିନିଟରେ ପାଣି ପିଇଲେ ଦୂର ହେବ କି କରୋନା ଭାଇରସ?

କରୋନା ଭାଇରସକୁ ଏଡାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରତିଷେଧକ ପ୍ରଣାଳୀ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ସୋସିଆଲ ମିଡିଆରେ ମଧ୍ୟ କରୋନା ଜୀବାଣୁ ମୁକାବିଲା ପାଇଁ ଅନେକ ଟିପ୍ସ ଭାଇରାଲ ହେବାରେ ଲାଗିଛି । ଏହା ମଧ୍ୟରୁ କିଛି ଭୁଲ୍ ହେଇଥିବା ବେଳେ କେତେକ ଠିକ୍ ହୋଇଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ କୁହାଯାଉଛି ଯେ, କିଛି ମିନିଟ୍ ବ୍ୟବଧାନରେ ପାଣି ପିଇବା ଦ୍ୱାରା କରୋନା ଭାଇରସଠାରୁ ଦୂରେଇ ଯିବାର ଆଶଙ୍କା ରହିଛି ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ପୋଷ୍ଟରେ କୁହାଯାଇଛି ଯେ, ଆମେ ସବୁବେଳେ ପାଟି ଓ ଗଳାକୁ ଓଦା ରଖିବା ଉଚିତ୍ ଓ ପ୍ରତି ୧୫ ମିନିଟରେ ପାଣି ପିଇବା ଉଚିତ୍ । ଏପରି କରିବା ଦ୍ୱାରା ଗ୍ରାସନଳୀରୁ ଭାଇରସ୍ ସଫା ହେବା ସହ ପେଟକୁ ଯାଇ ଏସିଡରେ ମରିଯିବ ବୋଲି କାରଣ ଦର୍ଶାଯାଇଛି ।

ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଓ ଟ୍ରପିକାଲ ମେଡିସିନର ଏପିଡେମୋଲୋଜିଷ୍ଟ କଲପାନା ସବାପାଥୀ ବିବିସି ଫ୍ୟୁଚରକୁ କହିଛନ୍ତି ଯେ, ଏହା ଏକ ସାମାନ୍ୟ ଉପାୟରେ ପରିଚିତ ହୋଇଛି । ସଂକ୍ରମଣ ଗୋଟିଏ କଣିକା ସଂସ୍ପର୍ଶରେ ନ ଆସି ହଜାର କିମ୍ବା ଲକ୍ଷ ଲକ୍ଷ କଣିକା ସଂସ୍ପର୍ଶରେ ଆସିଥାଏ । ତେଣୁ ଏସୋଫ୍ୟାଗସ ବା ଗ୍ରାସନଳୀରୁ କିଛି ସଫା କରିବା ଦ୍ୱାରା ସଂକ୍ରମଣରେ ଅଧିକ ପ୍ରଭାବ ପଡେ ନାହିଁ । ଆପଣ ଏହି ଉପାୟରେ ସମସ୍ତ ଭାଇରସକୁ ପେଟରେ ମାରିପାରିବେ, କିନ୍ତୁ ନାକ ଓ ଆଖି ଦେଇ ମଧ୍ୟ ଭାଇରସ୍ ଆପଣଙ୍କ ଶରୀରକୁ ପ୍ରବେଶ କରିପାରେ । କରୋନା ଭାଇରସ୍ କେବଳ ପାଟି ମାଧ୍ୟମରେ ବିସ୍ତାର କରି ନଥାଏ । ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କରୁ ନିର୍ଗତ ହୋଇଥିବା ଭାଇରସ୍ ଆପଣଙ୍କ ନିଶ୍ୱାସରେ ଯାଇ ଅଧିକ ବ୍ୟାପିପାରେ ।

ତେବେ ପାଣି ପିଇ କରୋନା ଭାଇରସ୍ ସଂକ୍ରମଣକୁ ଦୂରେଇବାର ଅନ୍ୟ ଏକ କାରଣ ରହିଛି । ଆପଣଙ୍କୁ ଲାଗୁଥିବ ଯେ, କରୋନା ଭାଇରସ୍ ପେଟକୁ ଯାଇ ଅଦୃଶ୍ୟ ହୋଇଯାଆନ୍ତି କାରଣପେଟରେ ଅମ୍ଲୀୟ ରସର ପିଏଚ୍ ୧ରୁ ୩ ମଧ୍ୟରେ ରହିଥାଏ । କିନ୍ତୁ ଷ୍ଟିଲକୁ ଭାଙ୍ଗିପାରୁଥିବା ବ୍ୟାଟେରୀ ଏସିଡ୍ ଏହାଠାରୁ ବହୁତ କମ୍ ପ୍ରଭାବଶାଳୀ । ପ୍ରତି ୧୫ ମିନିଟରେ ପାଣି ପିଇଲେ କୌଣସି କ୍ଷତି ନାହିଁ । କିନ୍ତୁ ଏହା କରୋନା ଭାଇରସକୁ ସମ୍ପୂର୍ଣ୍ଣ ଦୂରେଇଯିବ ନାହିଁ । ତେଣୁ ଏପରି ଗୁଜବଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ ସାମାଜିକ ଦୂରତା ଏବଂ ହାତ ଧୋଇବା ଦ୍ୱାରା କରୋନାର ମୁକାବିଲା କରିହେବ ।

Get real time updates directly on you device, subscribe now.