fbpx

ଲକ୍-ଡାଉନ୍ ସମୟରେ କଙ୍ଗନା ରାଣାଓ୍ଵତଙ୍କ ବଡ ଖୁଲାସା

ମୁମ୍ବାଇ,୩୦ ।୩: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ନିର୍ଭୟରେ ନିଜର ମତ ପ୍ରକାଶକୁ ନେଇ ବେଶ ଚର୍ଚ୍ଚିତ । ସାମାଜିକ ପ୍ରସଙ୍ଗରେ ସେ ନିଜର ମତ ଲୋକଙ୍କ ସାମ୍ନାରେ ରଖିଥାନ୍ତି । ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କୁହନ୍ତିକ୍ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ କଙ୍ଗନାଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ଏକ ବଡ ଖୁଲାସା କରିଛନ୍ତି । ଭିଡିଓରେ କଙ୍ଗନା ନିଜ ଜୀବନର ଖରାପ ସମୟର କଥା କହିଛନ୍ତି ।

କଙ୍ଗନା କହିଛନ୍ତି ଯେ, ମୁଁ ଯେବେ ୧୫-୧୬ ବର୍ଷ ବୟସରେ ଘରୁ ଚାଲିଆସିଥିଲି । ମୋତେ ଲାଗୁଥିଲା ଯେପରି ହାତ ଉଠାଇ ତାହା ତୋଳିଆରିବି । ଦୁଇ ବର୍ଷ ଘରୁ ପଳାଇବା ପରେ ମୁଁ ଜଣେ ଫିଲ୍ମ ଷ୍ଟାର ହେବା ସହ ଡ୍ରଗ୍ସ ମଧ୍ୟ ନେଉଥିଲି । ମୋ ଜୀବନରେ ଏପରି କିଛି ଘଟୁଥିଲା, ଯେଉଁଥିରୁ କେବଳ ମୃତ୍ୟୁ ହିଁ ମୋତେ ବଞ୍ଚାଇପାରିଥାନ୍ତା । ସେବେ ମୋ ଜୀବନରେ ଜଣେ ବନ୍ଧୁ ଆସିଲେ, ସେ କି ଜୀବନରେ ଷ୍ଟ୍ରଗଲ କରିବା ସହ ଫାଇଟ୍ ମାଷ୍ଟର ଥିଲେ । ସେ ମୋତେ ଯୋଗ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ କହିବା ମୁତାକବ ମୁଁ ଯୋଗ ଆରମ୍ଭ କଲି ଓ ତାଙ୍କ ମାର୍ଗ ଦର୍ଶକରେ ନିଜକୁ ସଜାଇଲି ।’

ନିକଟରେ କଙ୍ଗନା ରାଣାଓ୍ଵତ କରୋନା ଜୀବାଣୁ ସଙ୍କଟ ଉପରେ ମତ ଦେଇ ଏହାକୁ ‘ସମ୍ଭାବିତ ଜୈବିକ ଯୁଦ୍ଧ’ କହିଛନ୍ତି, ଯେଉଁଠାରେ ଦେଶଗୁଡିକ ପରସ୍ପରର ଅର୍ଥନୀତିକୁ ତଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି ।

Get real time updates directly on you device, subscribe now.