fbpx

ଚାକିରୀରୁ ବହିଷ୍କାର କରିବାରୁ ମାଲିକର ଝିଅକୁ ଦୁଷ୍କର୍ମ କଲା ଡ୍ରାଇଭର୍, କୋର୍ଟ ଶୁଣାଇଲା ଏପରି ସଜ୍ଜା

ପାଟନା: ଦେଶରେ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି । ଅଧିକାଂଶ ଦୁଷ୍କର୍ମ ସମ୍ପର୍କୀୟ ତଥା ନିକଟତର ଲୋକମାନଙ୍କ ଦ୍ୱାରା ହେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଏକ ମାମଲା ସାମନାକୁ ଆସିଛି । ଯେଉଁଥିରେ ଜଣେ ଡ୍ରାଇଭର୍ ନିଜ ମାଲିକର ଝିଅ ସହିତ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଏହିଭଳି ଏକ ଘଟଣା ପାଟନାରୁ ସାମନାକୁ ଆସିଛି । କୋର୍ଟ ଏବେ ଅଭିଯୁକ୍ତ ଡ୍ରାଇଭର୍ ଙ୍କୁ ସଜ୍ଜା ଭାବରେ ଆଜୀବନ କାରାଦଣ୍ଡ ଶୁଣାଇଛି । ଅଦାଲତ ଅଭିଯୁକ୍ତ ଉପରେ ୧୦ ହଜାର ଟଙ୍କା ଜୋରିମାନା ଲଗାଇଛି । ଏହାସହ କୋର୍ଟ ପକ୍ଷରୁ ପୀଡ଼ିତାଙ୍କ ପରିବାରକୁ ବିହାର ସରକାରଙ୍କ ଦ୍ୱାରା ୬ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ମଧ୍ୟ ଆଦେଶ ଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ, ଏହି ଘଟଣା ପାଟଳିପୁତ୍ର ଥାନା ଅଞ୍ଚଳରେ ଘଟିଛି । ଏହି ଘଟଣା ୨୦୧୮ ମସିହା ମେ ୧୭ ତାରିଖରେ ଘଟିଥିଲା । ଅଭିଯୁକ୍ତ ଅଜୟ ପାଣ୍ଡେ ଜଣେ ପ୍ରୋଫେସର୍ ଙ୍କ ଘରେ ଡ୍ରାଇଭର୍ ଭାବେ କାମ କରୁଥିଲା । ପ୍ରୋଫେସର୍ କୌଣସି କାରଣରୁ ଡ୍ରାଇଭର୍ ଙ୍କୁ କାମରୁ ବାହାର କରିଦେଇଥିଲେ । ଏହାପରେ ରାଗରେ ଆସି ଏହି କାଣ୍ଡରୁ ରୂପ ଦେଇଥିଲା । ଘରେ କେହି ନଥିବା ସମୟରେ ପ୍ରୋଫେସର୍ ଙ୍କ ଝିଅକୁ ଚାକୁ ଦେଖାଇ ତା ସହିତ ଦୁଷ୍କର୍ମ କରିଥିଲା ।

Get real time updates directly on you device, subscribe now.