fbpx
BJD SKY
BJD SKY

ASP ତ୍ରିନାଥ ମିଶ୍ରଙ୍କ ପତ୍ନୀଙ୍କ ଆଗୁଆ ଜାମିନ ଆବେଦନ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଏଏସପି ତ୍ରିନାଥ ମିଶ୍ରଙ୍କ ପତ୍ନୀ ଆଗୁଆ ଜାମିନ ଆବେଦନ କରିଛନ୍ତି । ତ୍ରିନାଥଙ୍କ ପତ୍ନୀ ଦୀପ୍ତିମୟୀ ଗିରଫ ଭୟରେ ହାଇକୋର୍ଟରେ ଜାମିନ ଆବେଦନ କରିଥିବା ଜଣାପଡ଼ିଛି । ୨୨ ଘଣ୍ଟାର ଚଢ଼ାଉ ପରେ ତ୍ରିନାଥଙ୍କ ପାଖରୁ ୨୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିବା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନକୁ ନେଇ ଘୋର ବିରୋଧ କରିଥିଲେ ଦୀପ୍ତିମୟୀ ।

ସୂଚନାଯୋଗ୍ୟ ଯେ, ତ୍ରିନାଥଙ୍କ ଗିରଫଦାରୀକୁ ନେଇ ଦୀପ୍ତିମୟୀ ଭିଜିଲାନ୍ସକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଇଥିଲେ । ସେ କହିଥିଲେ ଯେ, ଭିଜିଲାନ୍ସ ଏହି ମାମଲାରର ପ୍ରମାଣ ଦାଖଲ କରୁ । ସୁନା ଗହଣା ବନ୍ଧା ରଖି ମୁଁ ୩୦ ଲକ୍ଷ ଟଙ୍କା ଡାଉନ୍ ପେମେଣ୍ଟ ଦେଇ କାର କିଣିଥିଲି । ଅବଶିଷ୍ଟ ୩୦ ଲକ୍ଷ ଟଙ୍କା ବ୍ୟାଙ୍କରୁ ଲୋନ୍ ନେଇଥିଲି । ଭିଜିଲାନ୍ସ ଜବତ କରିଥିବା ସମସ୍ତ ସମ୍ପତ୍ତି ମୋର ପୈତୃକ ସମ୍ପତ୍ତି । ତ୍ରିନାଥଙ୍କ ଉପରେ ଇର୍ଷାନ୍ୱିତ ହୋଇ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ଏଏସପି ତ୍ରିନାଥଙ୍କ ୧୧ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ତାଙ୍କର କଟକ, ଭୁବନେଶ୍ୱର, ଯାଜପୁର ଓ କୋରାପୁଟରେ ଭିଜିଲାନ୍ସ ଟିମ୍ କରିଥିଲା ରେଡ୍ । ଏହି ଚଢ଼ାଉରେ ୩ ଜଣ ଏଏସପି, ୧୦ ଜଣ ଡିଏସପି, ୧୩ ଜଣ ଇନ୍ସପ୍ଟେରଙ୍କ ସହ ଅନ୍ୟ ଅଧିକାରୀମାନେ ସାମିଲ୍ ହୋଇଥିଲେ ।

Get real time updates directly on you device, subscribe now.