fbpx

(video)ପୁରୁଣା ହୋଇଗଲାଣି ‘ପାପା କି ପରୀ’ ଜମାନା, ଏବେ ‘ମମି କା ମଗରମଚ୍ଛ’ଙ୍କ ରାଜ, ଭିଡିଓ ଦେଖିଲେ ସବୁ କିଛି ବୁଝିପାରିବେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବହୁ ସମୟରେ ଏପରି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିବା ପରେ ଆମେ ନ ହସି ରହିପାରି ନ ଥାଉ । ଆମେ ଏପରି ବହୁ ଭିଡିଓ ପୂର୍ବରୁ ଦେଖିଛୁ ଯେଉଁଥିରେ ଝିଅମାନେ ଅଜବ ଅଜବ ତରିକାରେ ସ୍କୁଟି ଚଲାଉଥିବାର ନଜର ଆସିଥାନ୍ତି । କେହି ବାମ ପଟକୁ ଇଣ୍ଡିକେଟର ଦେଇ ଡାହାଣ ପଟକୁ ଗାଡିକୁ ମୁହାଁଇଥାଏ ତ ଆଉ କେହି ନିଜ ଭୁଲ୍‌ରୁ ପଡିଥିଲେ ବି ସାମ୍ନା ବାଲା ଉପରେ ଦୋଷ ଲଦି ଦେଇଥାଏ । ଏହି ଭିଡିଓକୁ ସେୟାର କରି ଲୋକମାନେ ‘ପାପା କି ପରୀ’ ଟ୍ୟାଗ୍ ଲଗାଇ ଦେଇଥାନ୍ତି ।

କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ନୂଆ ଶବ୍ଦ ‘ମମ୍ମି କା ମଗରମଚ୍ଛ’ ବେଶ୍ ଭାଇରାଲ୍ ହେଉଛି । ଆସନ୍ତୁ ଜାଣିବା ଏହି ଶବ୍ଦ କାହାପାଇଁ ବ୍ୟବହାର କରାଯାଉଛି । ଏବେ ଟ୍ୱିଟରରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିବା ପରେ ଆପଣ ନିଜ ହସ ଅଟକାଇ ପାରିବେ ନାହିଁ । ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ କି ସ୍କୁଲ ଡ୍ରେସରେ ଏକ ପିଲା ସ୍କୁଟି ଚଲାଉଛି । ପିଲାର ପିଠିରେ ସ୍କୁଲ ବ୍ୟାଗ ବି ରହିଛି । ଏହାର ଅର୍ଥ ସେ ସ୍କୁଲରୁ ଘରକୁ ଫେରୁଛି । କିନ୍ତୁ ଦେଖିବାକୁ ମିଳୁଛି କି ପିଲାଟି ବହୁତ ଖାମଖିଆଲି ଭାବରେ ଗାଡି ଚଳାଉଛି । ଏହିପରି ଗାଡି ଚଲାଇବାର କିଛି ସମୟ ପରେ ତା’ର ବାଲାନ୍ସ ବିଗିଡି ଯାଉଛି ଓ ସେ ତଳେ କଚାଡି ହୋଇପଡୁଛି । ତା’ର ସ୍କୁଟି ଯାଇ କିଛି ଦୂରରେ ପଡୁଛି । ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟିକୁ ଟ୍ୱିଟରରେ @HasnaZaruriHai  ନାମକ ପେଜ୍‌ରେ ସେୟାର କରାଯାଇଛି । କ୍ୟାପସନରେ ଲେଖାଯାଇଛି ଆପଣ ପାପା କି ପରୀ ତ ବହୁତ ଦେଖିଥିବେ କିନ୍ତୁ ଆଜି ଦେଖନ୍ତୁ ‘ମମ୍ମି କା ମଗରମଚ୍ଛ’ ।

Get real time updates directly on you device, subscribe now.