fbpx

ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବନି: ଟ୍ରମ୍ପ

ୱାସିଂଟନ, ୮ା୧: ଇରାନର ମିଜାଇଲ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ମିଜାଇଲ ଆକ୍ରମଣରେ କେହି ଆମେରିକାନ ମରିନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଇରାନ ପକ୍ଷରୁ ହୋଇଥିବା ଆକ୍ରମଣରେ ଆମେରିକା ଏୟାର ବେସର ସାମାନ୍ୟ କ୍ଷତି ହୋଇଛି । ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବନି । ଇରାନ ଉପରେ ନୂଆ ପ୍ରତିବନ୍ଧକ ଲଗାଯିବ । ସୋଲେମାନୀ ନିପାତକୁ ଯଥାର୍ଥ ଦର୍ଶାଇଛନ୍ତି ଟ୍ରମ୍ପ । ସେ କହିଛନ୍ତି ସୋଲେମାନୀ ଥିଲେ ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦୀ । ସୋଲେମାନୀଙ୍କୁ ପ୍ରଥମରୁ ମାରିଦେବାର ଥିଲା ବୋଲି ଟ୍ରମ୍ପ କହିଛନ୍ତି ।

Get real time updates directly on you device, subscribe now.