fbpx
BJD
BJD SKY
BJD SKY

ଡ୍ରୋନ୍ ଉଡ଼ାଇବା ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ, ଜାଣନ୍ତୁ କଣ

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନୁତନ ଡ୍ରୋନ୍ ବ୍ୟବହାର କରିବା ନେଇ ନୂଆ ନିୟମ ଘୋଷଣା କରିଛନ୍ତି । ଜମ୍ମୁରେ ଆଇଏଏଫ୍ ବେସ୍ ଉପରେ ହୋଇଥିବା ଡ୍ରୋନ୍ ହମଲା ପରଠାରୁ କେନ୍ଦ୍ର ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି । ଆଉ ଏହି ଆଧାରରେ ଡ୍ରୋନ୍ ନିୟମ ୨୦୨୧ ଘୋଷଣା କରାଯାଇଛି । ତେବେ ଚାଲନ୍ତୁ ଜାଣିବା କଣ ରହିଛି ନିୟମ ।

୧. ଡ୍ରୋନ୍ କଭରେଜ୍ ୩୦୦ କିଲୋଗ୍ରାମରୁ ବଢ଼ାଇ ୫୦୦ କିଲୋଗ୍ରାମ କରାଯାଇଛି ।
୨. ଫର୍ମ/ଅନୁମତି ସଂଖ୍ୟା କମାଇ ୨୫ରୁ ୫ କରିଦିଆଯାଇଛି ।
୩. କୌଣସି ପ୍ରକାରର ରେଜିଷ୍ଟ୍ରେସନ୍ ବା ଲାଇସେନ୍ସ ପାଇଁ ସିକ୍ୟୁରିଟି କ୍ଲିୟରାନ୍ସର ଆବଶ୍ୟକତା ନାହିଁ ।
୪. ଅନୁମତି ପାଇଁ ଦେୟ ନାମମାତ୍ର ସ୍ତରକୁ ହ୍ରାସ କରାଯାଇଛି ।
୫. ଡ୍ରୋନ୍ ନିୟମ ୨୦୨୧ ଆଧାରରେ ଜୋରିମାନାକୁ କମାଇ ୧ ଲକ୍ଷ ଟଙ୍କା କରିଦିଆଯାଇଛି ।
୬. ବିମାନ ବନ୍ଦର ପରିସର ମଧ୍ୟରେ ହଳଦିଆ ଜୋନ୍ ୪୫ କିଲୋମିଟରରୁ ୧୨ କିଲୋମିଟରକୁ ହ୍ରାସ କରାଯାଇଛି ।

୭. ସବୁଜ ଜୋନ୍ ରେ ଡ୍ରୋନ୍ ଚଲାଇବା ପାଇଁ ଏବଂ ବିମାନବନ୍ଦରର ବ୍ୟାସାର୍ଦ୍ଧ ମଧ୍ୟରେ ୮ ରୁ ୧୨ କିଲୋମିଟର ମଧ୍ୟରେ ୨୦୦ ଫୁଟ ପର୍ୟ୍ୟନ୍ତ କୌଣସି ଅନୁମତିର ଆବଶ୍ୟକ ନାହିଁ ।
୮. ସମସ୍ତ ଡ୍ରୋନର ଅନଲାଇନ୍ ପଞ୍ଜୀକରଣ ଡିଜିଟାଲ୍ ସ୍କାଏ ପ୍ଲାଟଫର୍ମ ମାଧ୍ୟମରେ କରାଯିବ ।
୯. ଡ୍ରୋନ୍ ସ୍ଥାନାନ୍ତର ଏବଂ ପଞ୍ଜୀକରଣ ପାଇଁ ସରଳ ପଦ୍ଧତି ନିର୍ଦେଶ ଦିଆଯାଇଛି ।
୧୦. ଦେଶରେ ଥିବା ଡ୍ରୋନ୍ ଗୁଡ଼ିକୁ ନିୟମିତ କରିବା ପାଇଁ ଏକ ସହଜ ସୁଯୋଗ ଦିଆଯାଇଛି ।
୧୧. ମାଇକ୍ରୋ, ନାନୋ ଏବଂ ଜଌଊ ସଂସ୍ଥାଗୁଡ଼ିକର ଡ୍ରୋନ୍ କୌଣସି ପ୍ରକାରର ପାଇଲଟ୍ ଲାଇସେନ୍ସ ଆବଶ୍ୟକ କରିବ ନାହିଁ ।
୧୨. କାର୍ଗୋ ଡେଲିଭେରି ପାଇଁ ଡ୍ରୋନ୍ କରିଡର୍ ବିକଶିତ କରାଯିବ ।
୧୩. ଡ୍ରୋନ୍ ପ୍ରମୋଶନ୍ କାଉନସିଂଲ୍ ଅଣାଯିବ ଯାହା ବ୍ୟବସାୟ ଜନିତ ନିମୟକୁ ପ୍ରୋତ୍ସାହନ ଦେବ ।

 

Get real time updates directly on you device, subscribe now.