fbpx

ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢିଲା ପ୍ରତାପଙ୍କ ଅଡୁଆ; ପୁଣି ଥରେ ହେବ ତଦନ୍ତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କ ଅଡୁଆ ବଢିବାରେ ଲାଗିଛି । ପ୍ରାରମ୍ଭିକ ଭାବରେ ପୋଲିସ ଚାର୍ଜସିଟରୁ ପ୍ରତାପଙ୍କ ନାମ ବାଦ ଦେଇଥିବା ବେଳେ ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସାଲେପୁର ଜେଏମଏଫସି କୋର୍ଟଙ୍କ ପକ୍ଷରୁ ପ୍ରତାପଙ୍କ ସମ୍ପୃକ୍ତି ନେଇ ସାନି ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଗୁରୁବାର ମାହାଙ୍ଗା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ପ୍ରୋଟେଷ୍ଟ ପିଟିସନ ଆଧାରରେ ପ୍ରତାପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୃତ ଡ୍ରାଇଭର କୁଳମଣି ବରାଳଙ୍କ ପୁଅ ରମାକାନ୍ତଙ୍କ ପକ୍ଷରୁ ଏହି ପ୍ରୋଟେଷ୍ଟ ପିଟିସନ ଦାଖଲ କରାଯାଇଥିଲା । ଚାର୍ଜସିଟରେ ମନ୍ତ୍ରୀଙ୍କ ନାମ ନଥିବାରୁ ରମାକାନ୍ତ ପିଟିସନ ଦାଖଲ କରିଥିଲେ । ପୋଲିସ ତଦନ୍ତ ପରେ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥିରୁ ମନ୍ତ୍ରୀଙ୍କ ନାମ ବାଦ ଦିଆଯାଇଥିଲା ।

Get real time updates directly on you device, subscribe now.