fbpx

ଟୋକିଓ ପାରାଲିମ୍ପିକ୍ସ; ଟିଟି KNOCK-OUTରେ ଭାବିନା ପଟେଲ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପରେ ଆରମ୍ଭ ହୋଇ ଯାଇଛି ଟୋକିଓ ପାରାଲିମ୍ପିକ୍ସ । ଚଳିତ ପାରାଲିମ୍ପିକ୍ସର ପ୍ରଥମ ଦିନରେ ଭାରତୀୟ ମହିଳା ଟିଟି ଖେଳାଳି ଭାବିନାବେନ ପଟେଲ କମାଲ କରିଛନ୍ତି । ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବରେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଭାବିନା । ଟିଟିର କ୍ଲାସ-୪ ଶ୍ରେଣୀରେ ଖେଳୁଥିବା ଭାବିନା ବ୍ରିଟେନର ମେଗାନ ଶାକଲଟନଙ୍କୁ ୩-୧ରେ ପରାସ୍ତ କରିବା ସହିତ ନକଆଉଟରେ ସାମିଲ ହୋଇଛନ୍ତି ।

ଭାବିନା ପ୍ରଥମ ସେଟରେ ୧୧-୭ ବିଜୟୀ ହୋଇଥିବା ବେଳେ ମେଗାନ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀକୟ ସେଟକୁ ୯-୧୧ରେ ଜିତିନେଇଥିଲେ । ତୃତୀୟ ସେଟଟି କଡା ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଭାବିନା ଏହାକୁ ୧୭-୧୫ରେ ଜିତି ନେଇଥିଲେ । ଅନ୍ତିମ ସେଟକୁ ୧୩-୧୧ରେ ଜିତିବା ସହିତ ମାତ୍ର ୪୧ ମିନିଟରେ ମ୍ୟାଚ ସମାପ୍ତ କରିଥିଲେ ଭାବିନା । ଅନ୍ୟତମ ଭାରତୀୟ ସୋନାଲ ପଟେଲ ମଧ୍ୟ ଗ୍ରୁପ ଡି ମୁକାବିଲାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ପାରାଲିମ୍ପିକ୍ସରେ ଭାରତ ୫୪ ଜଣିଆ ଦଳ ପଠାଇଛି ।

Get real time updates directly on you device, subscribe now.