fbpx

୩୯ ଲକ୍ଷ ଟଙ୍କା ନେଇ ବୟଫ୍ରେଣ୍ଡ ସହ ଫେରାର୍ ହେଲା ସ୍ତ୍ରୀ, ଜମି ବିକି ସଞ୍ଚୟ କରିଥିଲେ ସ୍ୱାମୀ

ପାଟନା: ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଅନେକ ସମୟରେ ତୃତୀୟ ବ୍ୟକ୍ତିକୁ ନେଇ ବିବାଦ ସୃଷ୍ଟି ହେବା କଥା ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ପାଟନାରୁ । ସ୍ୱାମୀ ଜମି ବିକ୍ରି କରି ଆଣିଥିଲା ୩୯ ଲକ୍ଷ ଟଙ୍କା ଏକାଠି କରିଥିଲା । ହେଲେ ସ୍ତ୍ରୀ ସେ ଟଙ୍କାକୁ ନେଇ ବୟଫ୍ରେଣ୍ଡ ସହିତ ଫେରାର୍ ହୋଇଯାଇଛି । ଏନେଇ ସ୍ୱାମୀ ଅଭିଯୋଗ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ମହିଳାଙ୍କ ଦୁଇଜଣ ସନ୍ତାନ ରହିଛନ୍ତି । ତାଙ୍କ ସ୍ୱାମୀ ସହରରେ ଜାଗା କିଣିବା ପାଇଁ ପୈତୃକ ସମ୍ପତ୍ତିକୁ ବିକ୍ରି କରି ସ୍ତ୍ରୀର ବ୍ୟାଙ୍କ୍ ଆକାଉଣ୍ଟରେ ୩୯ ଲକ୍ଷ ଟଙ୍କା ଜମା କରିଥିଲେ । ହେଲେ ସ୍ତ୍ରୀ ବ୍ୟାଙ୍କ୍ ରେ ମାତ୍ର ୧୧ ଟଙ୍କା ରଖି ବାକି ସବୁ ଟଙ୍କା ନେଇ ଫେରାର୍ ହୋଇଯାଇଛି । ଏନେଇ ସ୍ୱାମୀ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି । ବ୍ୟକ୍ତିଙ୍କ ନାମ ହେଉଛି ବ୍ରଜକିଶୋର । ତାଙ୍କ ଅଭିଯୋଗ ଅନୁସାରେ, ସେ କାମ କରିବା ପାଇଁ ବାହାରକୁ ଯାଇଥିବା ବେଳେ ପଡ଼ୋଶୀ ଘରେ ରହୁଥିବା ବୟଫ୍ରେଣ୍ଡ୍ ସହିତ ସବୁତକ ଟଙ୍କା ନେଇ ସ୍ତ୍ରୀ ଛୁ’ ମାରିଛି । କାମରୁ ସେ ଯେତେବେଳେ ଘରକୁ ଫେରିଥିଲେ ଘରେ ତାଲା ପଡ଼ିଥିଲା । ଏହାପରେ ସେ ତାଙ୍କ ପତ୍ନୀଙ୍କୁ ଫୋନ୍ କରିଥିଲେ । କିନ୍ତୁ ତାଙ୍କ ଫୋନ୍ ବନ୍ଦ ଆସିଥିଲା ।

ବ୍ରଜକିଶୋର ଯେତେବେଳେ ଆକାଉଣ୍ଟ୍ ଚେକ୍ କରିଥିଲେ । ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ସ୍ତ୍ରୀ ସବୁ ଟଙ୍କା ଉଠାଇ ନେଇଛନ୍ତି । ଏନେଇ ପୋଲିସ୍ କହିଛି ଯେ, ତାଙ୍କ ବ୍ରଜକିଶୋରଙ୍କ ପତ୍ନୀ ବୟଫ୍ରେଣ୍ଡର ଆକାଉଣ୍ଟକୁ ୨୬ ଲକ୍ଷ ଟଙ୍କା ପଠାଇଥିଲେ ଏବଂ ବାକି ୧୩ ଲକ୍ଷ ଟଙ୍କା ଚେକ୍ ଦ୍ୱାରା ଆକାଉଣ୍ଟରୁ କାଢ଼ି ନେଇଥିଲେ ।

Get real time updates directly on you device, subscribe now.