fbpx
BSKY
BJD MC SKY
BJD YOUTH SKY

ଘର ଭିତରୁ ମିଳିଲା ଦୁଇ ଭଉଣୀଙ୍କ ଝୁଲନ୍ତା ଶବ

ରାଇରଙ୍ଗପୁର(ଓଡ଼ିଶା ଭାସ୍କର): ଘର ଭିତରୁ ଉଦ୍ଧାର ହେଲା ଦୁଇ ଭଉଣୀଙ୍କ ଝୁଲନ୍ତା ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିରିଂ ଥାନା ସାମକୁମୁରୁମ୍ ଠାରେ । ତେବେ ଉଭୟ ମୃତକ ହେଉଚଇ ସମ୍ପର୍କୀୟ ଭଉଣୀ । ଜଣକ ବୟସ ୧୭ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୧୯ ବର୍ଷ । ଶବକୁ ଉଦ୍ଧାର କରାଯିବା ସମୟରେ ଭିତର ପଟରୁ କବାଟ ବନ୍ଦ ରହିଥିଲା । ସେମାନଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା । ତେବେ ପୋଲିସ୍ ସେଠାରେ ପହଞ୍ଚିଛି ଏବଂ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ତଦନ୍ତ ଚଳାଇଛି ।

 

Get real time updates directly on you device, subscribe now.