fbpx

ଟି-୨୦ ବିଶ୍ୱକପ ଦଳରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ-ସିରାଜ: ଟିମ ଇଣ୍ଡିଆରେ ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଆଇପିଏଲ ରୋମାଞ୍ଚ ଭିତରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଆଇସିସିର ଏହି ବଡ଼ ଇଭେଣ୍ଟ ପାଇଁ ଭାରତୀୟ ବୋର୍ହକୁ କିଛି କଠିନ ପଦକ୍ଷେପ ନେବାକୁ ପଡ଼ିପାରେ । ଆଇପିଏଲରେ ପ୍ରଦର୍ଶନକୁ ଲକ୍ଷ୍ୟ କରି ବିଶ୍ୱକପ ଦଳରୁ କିଛି ବଡ଼ ଖେଳାଳିଙ୍କୁ ବାଦ୍ ଦେଇପାରେ ବିସିସିଆଇ । ତାଲିକାରେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମହମ୍ମଦ ସିରାଜ ଏବଂ କେ.ଏଲ ରାହୁଲ ମଧ୍ୟ ସାମିଲ ରହିଛନ୍ତି । ଏହି ସ୍ଥାନରେ କିଛି ଯୁବ ଖେଳାଳି ବିଶ୍ୱକପ ପାଇଁ ୱେଷ୍ଟଇଣ୍ଡିଜ ଯାତ୍ରା କରିପାରନ୍ତି । ଏ ନେଇ ଦଳ ଚୟନ କରି ଘୋଷଣା କରିଛନ୍ତି ପୂର୍ବତନ ଷ୍ଟାର ବୋଲର ହରଭଜନ ସିଂହ ।

ଇରପାନ୍ ପଠାନ୍ ଏବଂ ଅମ୍ବାତି ରାୟୁଡୁଙ୍କ ପରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କରି ସାରିଛନ୍ତି ହରଭଜନ ସିଂହ । ଏହି ଦଳରେ ସେ ଅନେକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିବା ଦେଖାଯାଇଛି । ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଉପ-ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରୁ ବାଦ୍ ଦେଇଛନ୍ତି ହରଭଜନ । ଏହାବ୍ୟତୀତ ଶୁଭମନ ଗିଲ୍, କେ.ଏଲ ରାହୁଲଙ୍କ ଏବଂ ମହମ୍ମଦ ସିରାଜ ମଧ୍ୟ ଭଜ୍ଜିଙ୍କ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ଏହିସବୁ ସ୍ଥାନରେ ହରଭଜନ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚିନ୍ତା କରିଛନ୍ତି । ଚେନ୍ନାଇର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ଏବଂ ସଞ୍ଜୁ ସାମସନଙ୍କ ନାଁ ସାମିଲ ରହିଛି ।

ବ୍ୟାଟିଂ ବିଭାଗରେ ହରଭଜନ ଅଧିନାୟକ ରୋହିତ ଶର୍ମାଙ୍କ ସହ ଯଶସ୍ୱୀ ଜଏସ୍ୱାଲଙ୍କୁ ଓପନିଙ୍ଗ ଦାୟିତ୍ୱ ଦେଇଛନ୍ତି । ଏହାପରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବଏବଂ ରିଙ୍କୁ ସିଂହଙ୍କୁ ମଧ୍ୟ କ୍ରମରେ ବ୍ୟାଟିଂଦାୟିତ୍ୱ ପ୍ରଦାନ କରିଛନ୍ତି । ଏହାପରେ ୱିକେଟ କିପର ପାଇଁ ରିଷଭ ପନ୍ତ ଏବଂ ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ହରଭଜନ । ସେହିପରି ସ୍ପିନ ବିଭାଗରେ କୁଲ-ଚା ଯୋଡ଼ିଙ୍କୁ ବିଶ୍ୱକପ ଦଳରେ ଦେଖିବା ପାଇଁ ସେ ଚାହିଁଛନ୍ତି । କଳଦୀପ ଏବଂ ଚହଲ ବିଶ୍ୱକପରେ ଭାରତ ପାଇଁ ବଡ଼ ଅସ୍ତ୍ର ହୋଇପାରନ୍ତି । ଏହାସହିତ ହରଭଜନ ଆଇପିଏଲର ନୂଆ ଟାଲେଣ୍ଟ ମୟଙ୍କ ଯାଦବଙ୍କୁ ଦଳରେ ସ୍ଥାନ ଦେଇଛନ୍ତି । ଷ୍ଟାର ବୋଲର ମହମ୍ମଦ ସିରାଜଙ୍କ ସ୍ତାନରେ ମୟଙ୍କ ଯାଦବଙ୍କୁ ସୁଯୋଗ ଦେଇଛନ୍ତି ହରଭଜନ । ସେହିପରି ଦଳରେ ଯଶପ୍ରୀତ ବୁମରାହଙ୍କ ସହ ଆବେଶ ଖାନ୍ ଏବଂ ଅର୍ଶଦୀପ ସିଂହ ଭଜ୍ଜିଙ୍କ ପେସ୍ ଆଟାକରେ ସାମିଲ ହୋଇଛନ୍ତି ।

ବିଶ୍ୱକପ ପାଇଁ ହରଭଜନଙ୍କ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ବିରାଟ କୋହଲି, ସୂଯ୍ୟକୁମାର ଯାଦବ, ରିଷଭ ପନ୍ତ, ରିଙ୍କୁ ସିଂହ, ସଞ୍ଜୁ ସାମସନ, ଶିବମ ଦୁବେ, ରବିନଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଯଶପ୍ରୀତ ବୁମରାହ, ଆଭେଶ ଖାନ୍, ଅର୍ଶଦୀପ ସିଂହ, ମୟଙ୍କ ଯାଦବ ।

Get real time updates directly on you device, subscribe now.