fbpx
BSKY
BJD MC SKY
BJD YOUTH SKY

ରାଜଧାନୀରେ ମଶା ବଂଶ ନିପାତ କରିବା ପାଇଁ ନୂଆ ପଦକ୍ଷେପ:ଡ୍ରୋନ୍ ମାଧ୍ୟମରେ ହେବ ଔଷଧ ଛିଞ୍ଚନ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍):ରାଜଧାନୀରେ ମଶାଙ୍କ ଉପଦ୍ରବ ରୋକିବାକୁ ଆରମ୍ଭ ହୋଇଛି ଡ୍ରୋନ୍ ମାଧ୍ୟମରେ ଔଷଧ ଛିଞ୍ଚନ ଅଭିଯାନ । ଶନିବାରଦିନ ଭୁବନେଶ୍ୱର ୧୪ ନଂ ୱାର୍ଡରୁ ପରୀକ୍ଷା ମୂଳକ ଭାବେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ପାଇଲଟ ପ୍ରୋଜେକ୍ଟ ଭାବେ ୭ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ଦୁଇଦିନ ଡ୍ରୋନ ଫଟୋ ଉଠାଇବା ପରେ ଅବଶିଷ୍ଟ ୫ ଦିନ ଆକାଶ ମାର୍ଗରୁ ପେଷ୍ଟିସାଇଡ ଛିଞ୍ଚନ କରାଯିବ। ମଶାଙ୍କ ବଂଶ ବୃଦ୍ଧିକୁ ରୋକିବାକୁ ବିଏମସି ପକ୍ଷରୁ ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବାକୁ ବ୍ୟାପକ କରାଯାଇଛି । ୯ଟି ଟିଫା ମେସିନ ସମେତ ବୁଦା ସଫା କରିବା ଟିମ୍ ସଂଖ୍ୟାକୁ ବୃଦ୍ଧି କରାଯାଇଛି ।

ତେବେ ଟିଫା ମେସିନ ଯାଇପାରୁନଥିବା ଅଞ୍ଚଳକୁ ଚିହ୍ନଟ କରି ଆକାଶ ମାର୍ଗରୁ ପେଷ୍ଟିସାଇଡ ଛିଞ୍ଚନ କରିବାକୁ ନିଷ୍ପତି ନେଇଛି ବିଏମସି। ଏଥିପାଇଁ କୋଲକାତାର ବେଇଟ ଲୋଜିଟେକ ଆଣ୍ଡ ସ୍ନାୟୁ ହେଲଥ କେୟାର କଂସର୍ଟିୟମ ନାମକ ଏକ ଘରୋଇ ସଂସ୍ଥା ସହ ଏମଓୟୁ ସ୍ୱାକ୍ଷର କରିଛି ବିଏମସି । ଆଜି ୧୪ନମ୍ବର ୱାର୍ଡ ଅନ୍ତର୍ଗତ ନିଳାଦ୍ରୀବିହାର ଅଞ୍ଚଳରୁ ଡ୍ରୋନ୍ ଜରିଆରେ ମଶା ପ୍ରବଣ ସ୍ଥାନକୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ବିଏମସିର ସମସ୍ତ ୱାର୍ଡରେ ଏହା କାର୍ଯ୍ୟକାରୀ ହେବ ।

Get real time updates directly on you device, subscribe now.