fbpx
BSKY
BJD MC SKY
BJD YOUTH SKY

ଜୁଲାଇ ୨୪ରେ ସ୍କୁଲ ବନ୍ଦ: ପ୍ରବଳ ବର୍ଷା କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟରେ ଏବେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିବା ସହିତ ବହୁ ଘରଦ୍ୱାର, ଶିକ୍ଷାନୁଷ୍ଠାନ, ବ୍ରିଜ, ରାସ୍ତା ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ବର୍ଷା କାରଣରୁ ବିଭିନ୍ନ ରାଜ୍ୟରେ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି ।

କୋଙ୍କଣ, ଗୁଜରାଟ, ମହାରାଷ୍ଟ୍ର ଓ ଅନ୍ୟ ଅଞ୍ଚଳ ପାଇଁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା କାରଣରୁ ସତର୍କ ସୂଚନା ଜାରି କରାଯାଇଛି । ଗୁଜରାଟରେ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତରାଖଣ୍ଡର ପିଥୋରାଗଡ଼ରେ ୩.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତି ହୋଇଛି । ଦିଲ୍ଲୀରେ ଯମୁନା ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଆଜି ସନ୍ଧ୍ୟା ୬ଟା ସୁଦ୍ଧା ନଦୀର ଜଳସ୍ତର ୨୦୬.୩୫ ମିଟର ରହିଥିବା ରେକର୍ଡ କରାଯାଇଛି ।

ତେବେ ପ୍ରବଳ ବର୍ଷାରୁ ବାଦ୍ ପଡ଼ିନାହିଁ କର୍ଣ୍ଣାଟକ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୪ ତାରିଖରେ ଶିବମୋଗାର ସମସ୍ତ ସ୍କୁଲ ବନ୍ଦ ରହିବ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଦିଲ୍ଲୀ ସରକାର ବର୍ଷା କାରଣରୁ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଥିଲେ । ଏଥିସହିତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ସ୍କୁଲ ବନ୍ଦ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.