fbpx
BSKY
BJD MC SKY
BJD YOUTH SKY

DIGଙ୍କ ମୋବାଇଲ ଲୁଟ୍: ପୋଲିସ ମୁଖ୍ୟାଳୟ ନିକଟରେ ଘଟିଲା ବଡ଼ ଅଘଟଣ

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଫୋନର ବ୍ୟବହାର ବଢ଼ିବାରେ ଲାଗିଥିବା ବେଳେ ସେହି ଅନୁପାତରେ ଚୋରି ମାମଲା ମଧ୍ୟ ବୃଦ୍ଧି ପାଉଛି । ଏହି ଚୋରି ଉପରେ ରୋକ ଲଗାଇବା ପାଇଁ ଯେତେ ନିୟମ ପ୍ରଣୟନ କରାଗଲେ ମଧ୍ୟ ଚୋରଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ୁଛି । ତେବେ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ଖୋଦ୍ ପୋଲିସ ଅଧିକାରୀମାନେ ମଧ୍ୟ ଚୋରଙ୍କ ଶିକାର ପାଲଟୁଛନ୍ତି ।

ସୂଚନା ମୁତାବକ, ଜଣେ ଉପ ମହାନିରୀକ୍ଷକ (ଡିଆଇଜି)ଙ୍କ ଠାରୁ ଚୋର ଲୁଟ୍ କରିଛି । ଆସାମ ପୋଲିସରେ ଡିଆଇଜି (ଆଇନ ଓ ବ୍ୟବସ୍ଥା)ଭାବେ କାର୍ଯ୍ୟରତ ବିବେକ ରାଜ ସିଂହଙ୍କ ମୋବାଇଲ ଫୋନ୍ ଚୋରି ହୋଇଯାଇଛି । ଆଜି ମର୍ଣ୍ଣି ୱାକ କରୁଥିବା ସମୟରେ ପୋଲିସ ମୁଖ୍ୟାଳୟ ନିକଟସ୍ଥ ଏକ ଅଞ୍ଚଳରେ ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଥିଲେ । ଦୁର୍ବୃତ୍ତମାନେ ମୋଟର ସାଇକେଲରେ ଆସି ଡିଆଇଜିଙ୍କ ହାତରୁ ମୋବାଇଲ୍ ଭିଡ଼ି ନେଇ ଚାଲିଯାଇଥିଲେ ।

ଡିଆଇଜି ବିବେକ ସକାଳ ସମୟରେ ମର୍ଣ୍ଣି ୱାକ କରୁଥିବା ସମୟରେ ଉଲୁବରୀର ମଜାର ରୋଡ଼ରେ ଏହି ଅଘଟଣ ଘଟିଥିଲା । ଯେଉଁ ସ୍ଥାନରେ ଚୋରମାନେ ମୋବାଇଲ ଲୁଟିଥିଲେ ସେହି ସ୍ଥାନଠାରୁ ଅଳ୍ପ ଦୂରରେ ରାଜ୍ୟ ପୋଲିସ ମୁଖ୍ୟାଳୟ ରହିଥିଲା । ଏଥି ସହିତ ଉକ୍ତ ଅଞ୍ଚଳରେ କିଛି ଶୀର୍ଷ ଆଇପିଏସ ଅଧିକାରୀଙ୍କ ସରକାରୀ ବାସଭବନ ମଧ୍ୟ ରହିଛି । ଏହି ଘଟଣା ପ୍ରଘଟ ହେବା ପରେ ପୋଲିସ କର୍ମଚାରୀଙ୍କ ମହଲରେ ହଡ଼କମ୍ପ ମଚି ଯାଇଥିଲା । ତା’ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିବା ସହିତ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.