(Video)ଓଡ଼ିଶାରେ ଅଧିକ ଗର୍ଭବତୀ ହେଉଛନ୍ତି ୧୫ରୁ ୧୯ ବର୍ଷୀୟ କୁମାରୀ କନ୍ୟା, ସରକାରୀ ସ୍ତରରେ ବାଟ ହୁଡ଼ୁଛି ସେକ୍ସ ଏଜୁକେସନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଉପଯୁକ୍ତ ସେକ୍ସ ଏଜୁକେସନ୍ ଅଭାବରୁ ବଳି ପଡ଼ୁଛି କିଶୋର ଓ ସଦ୍ୟ ଯୁବତୀଙ୍କ ଯୌବନ । ଆମ ରାଜ୍ୟରେ ଅଧିକାଂଶ ଗର୍ଭବତୀ ହେଉଛନ୍ତି କୁମାରୀ କନ୍ୟା । ଯେଉଁ ମାନଙ୍କ ବୟସ ସୀମା ବିଶେଷ କରି ୧୫ରୁ ୧୯ ବର୍ଷ ମଧ୍ୟରେ । ଠିକ୍ ଭାବରେ ଦୁନିଆ ଦେଖିନଥିବା କୁମାରୀ କନ୍ୟା ବସୟରେ ଅନ୍ୟ ଜଣଙ୍କୁ ଏଇ ରାଇଜକୁ ଆଣି ଶୋକ ସନ୍ତପ୍ତରେ ଦିନ କାଟୁଛନ୍ତି ଆମ ରାଜ୍ୟର ଝିଅ ମାନେ । ତେବେ କଣ ହେଉଛି ଏହାର କାରଣ ? ଉପଯୁକ୍ତ ଶିକ୍ଷାର ଅଭାବ ହିଁ ଏପରି ପରିସ୍ଥିତିର କାରଣ ବୋଲି କୁହାଯାଇପାରେ । କାରଣ ପରିବାର ଯଦି ଶିକ୍ଷିତ ହୋଇଥିବ ତାହେଲେ ତାର ଆଗାମୀ ପିଢ଼ି ମଧ୍ୟ ଶିକ୍ଷିତ ହୋଇପାରିବ । କିନ୍ତୁ ଓଡ଼ିଶାର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଜାଣନ୍ତୁ କଣ ରହିଛି କାରଣ ଓ କଣ ରହିଛି ଶିକ୍ଷାର ଅଭାବ; ଦେଖନ୍ତୁ ଏହି ଭିଡିଓ ମାଧ୍ୟମରେ ।