fbpx

ମୌସୁମୀ ଦୂର୍ବଳ ହେଉଥିବାରୁ ବଢୁଛି ଗୁଳୁଗୁଳି, ଆଗକୁ ବର୍ଷା ନ ହେଲେ ବାଧା ପ୍ରାପ୍ତ ହେବ ଫସଲ ଉତ୍ପାଦନ

Advertisement

ଭୁବନେଶ୍ୱର:ଦେଶ ତଥା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀର ଆଗମନ ସମସ୍ତଙ୍କ ଲାଗି ଆଶ୍ୱସ୍ତି ଆଣିଥିଲା । ରଜ ପରେ ପରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୂର୍ବଳ ହେଉଥିବା କାରଣରୁ ୩ରୁ ୪ ଦିନ ହେବ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିଛି । ଫଳରେ ଉଚ୍ଚ ଆର୍ଦ୍ରତା କାରଣରୁ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି ।

ସକାଳ ୧୦ଟା ସମୟରୁ ଭୀଷଣ ଖରା ଅନୁଭୂତ ହେବା ସହ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବି ତାତି ରହୁଛି । ବର୍ଷାକୁ ଦେଖି କୃଷକ ବୁଣାବୁଣି ଆରମ୍ଭ କରି ଦେଇଥିବା ବେଳେ ଆଗକୁ ଯଦି ବର୍ଷା ନ ହୁଏ ତେବେ କୃଷକଙ୍କ ମୁଣ୍ଡରେ ଚଡକ ପଡିବା ସହ ଫସଲ ଉତ୍ପାଦନ ବାଧା ପ୍ରାପ୍ତ ହେବ ବୋଲି ଅନୁମାନ କରାଯାଉଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଚଳିତ ବର୍ଷ ବାତ୍ୟା ବିପର୍ଯ୍ୟୟ’ ପାଇଁ ମୌସୁମୀ ଆସିବାରେ କିଛିଦିନ ବିଳମ୍ବ ହୋଇଥିଲା । ତେବେ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଯେପରିକି ଦିଲ୍ଲୀ, ମହାରାଷ୍ଟ୍ର ଗୁଜୁରାଟ ଆଦିରେ ପ୍ରବଳ ମୌସୁମୀ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଆମ ରାଜ୍ୟରେ ମୌସୁମୀର ପ୍ରଭାବ ଦୂର୍ବଳ ହେଉଥିବାରୁ ବର୍ଷା ବନ୍ଦ ହୋଇଯାଇଛି । ଯେଉଁ କାରଣରୁ ଦିନର ତାପମାତ୍ର ବଢିବା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।

Get real time updates directly on you device, subscribe now.