fbpx

ଏହି କାରଣ ଯୋଗୁଁ ଆଜି ପୁଣି କମିଲା ସୁନା ରେଟ୍, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ମିଡିଲ ଇଷ୍ଟରେ ତିକ୍ତତା ହ୍ରାସ ପାଇବା ପରେ ଶୁକ୍ରବାର ଦିନ ଦେଶର ରାଜଧାନୀ ଦିଲ୍ଲୀର ବୁଲିଅନ୍ ବଜାରରେ ସୁନା ଓ ରୂପା ମୂଲ୍ୟ ରେକର୍ଡ ସ୍ତରରୁ ହ୍ରାସ ପାଇଛି । ଗୋଟିଏପଟେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୫୦ ଟଙ୍କା ହ୍ରାସ ପାଇଛି, ଅନ୍ୟପକ୍ଷରେ ଦେଶର ଫ୍ୟୁଚର ବଜାରରେ ସୁନା ମୂଲ୍ୟରେ ପ୍ରାୟ ୧୬୦୦ ଟଙ୍କା ହ୍ରାସ ଘଟିଛି ।

ବିଶେଷଜ୍ଞଙ୍କ ଅନୁଯାୟୀ, ମିଡିଲ ଇଷ୍ଟରେ ତିକ୍ତତା ହ୍ରାସ ଏବଂ ଡଲାର ସୂଚକାଙ୍କ ବୃଦ୍ଧି ହେତୁ ସୁନା ମୂଲ୍ୟରେ ହ୍ରାସ ଘଟିଛି । ଦିଲ୍ଲୀ ବୁଲିଅନ୍ ବଜାର ଏବଂ ଦେଶର ଫ୍ୟୁଚର ମାର୍କେଟ ଏମସିଏକ୍ସରେ ସୁନାର ମୂଲ୍ୟ କ’ଣ ରହିଛଇ, ଆସନ୍ତୁ ଜାଣିବା…

ଦିଲ୍ଲୀରେ ଶସ୍ତା ହୋଇଗଲା ସୁନା :-
ଏଚଡିଏଫସି ସିକ୍ୟୁରିଟିଜ୍ କହିଛି ଯେ, ବିଶ୍ୱ ବଜାରରେ ଦୁର୍ବଳ ଧାରା ହେତୁ ସୁନା ୪୫୦ ଟଙ୍କା ହ୍ରାସ ପାଇ ଦିଲ୍ଲୀର ୧୦ ଗ୍ରାମ ପିଛା ୭୩,୬୫୦ ଟଙ୍କାରେ ବନ୍ଦ ହୋଇଯାଇଛି । ଶୁକ୍ରବାର ଦିନ,୧୦ ଗ୍ରାମ ପିଛା ସୁନା ୭୪,୧୦୦ ଟଙ୍କାରେ ବନ୍ଦ ହୋଇଯାଇଥିଲା । ସେହିଭଳି ରୂପା ମୂଲ୍ୟ ମଧ୍ୟ ୧୧୦୦ ଟଙ୍କା ହ୍ରାସ ପାଇ ୮୫ କିଲୋଗ୍ରାମରେ ପହଞ୍ଚିଛି । ଏହାର ପୂର୍ବ ବନ୍ଦ ମୂଲ୍ୟ କିଲୋଗ୍ରାମ ପିଛା ୮୬,୬୦୦ ଟଙ୍କା ଥିଲା । ଏଚଡିଏଫସି ସିକ୍ୟୁରିଟିସର ସିନିୟର ଆନାଲିଷ୍ଟ (କମୋଡିଟି) ସୌମିଲ ଗାନ୍ଧୀ କହିଛନ୍ତି ଯେ ଦିଲ୍ଲୀ ବଜାରରେ ସୁନା (୨୪ କ୍ୟାରେଟ) ର ମୂଲ୍ୟ ୧୦ ଗ୍ରାମ ପିଛା ୭୩,୬୫୦ ଟଙ୍କା ରହିଛି । ପୂର୍ବ ବନ୍ଦ ମୂଲ୍ୟ ତୁଳନାରେ ଏହା ୪୫୦ ଟଙ୍କା କମ୍ ।

Get real time updates directly on you device, subscribe now.