fbpx

ନକଲି କରୋନା ଔଷଧ ଠାବ

ଭୁବନେଶ୍ୱର, ୨୬ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭେଡ଼େନ ବ୍ଲକ ଋଷୁଢ଼ା ଗ୍ରାମର ଜଣେ କ୍ୱାକ ଘରେ ନକଲି କରୋନା ଔଷଧ ଠାବ ହୋଇଛି । ଉଲ୍ଲେଖଯୋଗ୍ୟ ଯେ କ୍ୱାକ ପ୍ରହଲ୍ଲାଦ ବିଶିଙ୍କ ଘରେ ଡ୍ରଗ୍ସ ଇନ୍ସପେକ୍ଟର ଓ ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିଲା । କ୍ୱାକଙ୍କ ପାଖରୁ କୋଭିଡ଼ ଲେଖାଥିବା ଷ୍ଟ୍ରିକର, ସିରିଞ୍ଜ, ଲେବୁଲ ବକ୍ସ ଜବତ ହୋଇଛି । ତେଣୁ ଡ୍ରଗ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି । ଅନ୍ୟପଟେ ପୋଲିସ ତଦନ୍ତ ଜାରି କରିଛି ।

Get real time updates directly on you device, subscribe now.