fbpx

ବିପଦରେ ଭୁବନେଶ୍ୱର ବାସିନ୍ଦାଙ୍କ ଜୀବନ: ଦୋକାନ ବଜାରରେ ବିକ୍ରି ହେଉଛି ନକଲି ମିନେରାଲ୍ ୱାଟର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଚାରିଆଡ଼େ ପ୍ରବଳ ଗ୍ରୀଷ୍ମର ପ୍ରକୋପ । ଲୋକମାନେ ରାସ୍ତାଘାଟରେ ଯିବା ଆସିବା କରିବା ସମୟରେ ଆଖପାଖ ଦୋକାନରୁ ମିନେରାଲ୍ ୱାଟର ବୋତଲ କିଣି ନିଜର ତୃଷା ନିବାରଣ କରିଥାନ୍ତି । ତେବେ ଆପଣମାନେ ଜାଣନ୍ତି କି ଏହି ପାଣି କେତେ ବିଶୁଦ୍ଧ । ତାହା ଦେହ ପାଇଁ କେତେ ଭଲ । ନିକଟରେ ମିନେରାଲ୍ ୱାଟରକୁ ନେଇ ଏକ ସାଙ୍ଘାତିକ ଖବର ପ୍ରଘଟ ହୋଇଛି ।

ବର୍ତ୍ତମାନ ବଜାରରେ ଆଇଏସଆଇର ମାର୍କା ଲୋଗୋ ଥିବା କିଛି ପାଣି ବୋତଲ ବିକ୍ରି ହେଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବୋତଲ ପାଣିର ବୈଧତାର ଚିହ୍ନବର୍ଣ୍ଣ ନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ରାଜଧାନୀ ଭୁବନେଶ୍ୱରର ବଜାରରେ ନକଲି ମିନେରାଲ୍ ୱାଟର ବିକ୍ରି ହେଉଛି । ତେଣୁ ଖରାରୁ ରକ୍ଷା ପାଇବା ପାଇଁ ଜନସାଧାରଣ ପାଣି ବୋତଲ ଉପରେ ନିର୍ଭର କରୁଥିବା ବେଳେ ତାହା ସେମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରିବନି ତ?

ସାଧାରଣ ଭାବେ ମିନେରାଲ୍ ୱାଟର ପ୍ରସ୍ତୁତି ପାଇଁ କିଛି ନିର୍ଦ୍ଦିଷ୍ଟ ପରୀକ୍ଷା ନିରୀକ୍ଷା କରାଯାଇଥାଏ । ପ୍ରଥମେ ପାଣିକୁ ଭଲଭାବେ ବିଶୋଧନ କରି ଜୀବାଣୁମୁକ୍ତ କରିବା ପରେ ଅଲଟ୍ରା ଭାଓଲେଟ, ଓଜୋନ ଓ ରିଜର୍ଭ ଓମୋସିସ୍ ପ୍ରକ୍ରିୟାକରଣ କରାଯାଇ ମାର୍କେଟକୁ ଛଡ଼ାଯାଇଥାଏ । ତେବେ ଚନ୍ଦକା ଶିଳ୍ପାଞ୍ଚଳ, ମଞ୍ଚେଶ୍ୱର, ବାଲିଅନ୍ତା, ଭୁବନେଶ୍ୱର-ପୁରୀ ଅଞ୍ଚଳରେ କିଛି ନକଲି କମ୍ପାନୀ ଏହି ପ୍ରକ୍ରିୟାକୁ ଅନୁସରଣ ନକରି ମିନେରାଲ ୱାଟର ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ନକଲି ଅଣ୍ଡା, ନକଲି ତେଲ, ନକଲି ମୃଦୁପାନୀୟ ପ୍ରସ୍ତୁତି ନେଇ ଅନେକ ସ୍ଥାନରେ ଚଢ଼ାଉ କରାଯାଇଥିଲା । ତେବେ ଏହି ନକଲି ମିନେରାଲ ୱାଟର ପ୍ରସ୍ତୁତକାରୀଙ୍କ ଉପରେ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ କରିବା ଦରକାର, ନଚେତ୍ ହଜାର ହଜାର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିବ ।

Get real time updates directly on you device, subscribe now.