fbpx

ସ୍ୱାମୀ ନପୁଂସକ, ଶାରୀରିକ ସମ୍ପର୍କ ରଖିବାକୁ ଅବସରପ୍ରାପ୍ତ IAS ଶଶୂର କରୁଛି ଚେଷ୍ଟା: ବୋହୂର ସଙ୍ଗୀନ ଅଭିଯୋଗ

Advertisement

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ମହିଳା ତାଙ୍କ ଅବସରପ୍ରାପ୍ତ ଆଇଏଏସଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମହିଳା ଜଣକ କହିଛନ୍ତି ଯେ, ତାଙ୍କ ଶଶୂର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଉଛନ୍ତି । ପୀଡିତାଙ୍କ ଅଭିଯୋଗ ଅନୁସାରେ, ‘ଗତ ୨୪ ନଭେମ୍ବର ୨୦୨୧ ରେ ଅବସରପ୍ରାପ୍ତ ଆଇଏଏସ ତାଙ୍କ ପୁଅ ସହ ମୋର ବିବାହ ଭୋପାଳର ଏକ ହୋଟେଲରେ କରିଥିଲେ ।’

ବାହାଘର ପରଦିନ ତାଙ୍କ ସ୍ୱାମୀ ଶାରୀରିକ ଅକ୍ଷମ ବୋଲି ସେ ଜାଣିବାକୁ ପାଇଥିଲେ । ବାହାଘର ପୂର୍ବରୁ ଶାଶୂଘର ଲୋକେ ଏହି କଥା ଲୁଚାଇ ରଖିଥିଲେ ବୋଲି ମହିଳା କହିଛନ୍ତି । ଏହି ମାମଲାରେ ପୀଡିତା ଜଣକ ଭୋପାଳର ଆଇଜି ଓ ଡିଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ମହିଳା ଜଣକ କହିଛନ୍ତି ଯେ, ସ୍ୱାମୀ ନପୁଂସକ ହେବାର ସତ୍ୟତା ଜାଣିବା ପରେ ଶଶୂର ମୋ ସହ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଚାହିଁଥିଲେ । ଏଥିରେ ସଫଳ ନହେବାରୁ ସେ ମୋ ଚରିତ୍ର ଉପରେ ପ୍ରଶ୍ନ କରିଥିଲେ । ଏହି ମାମଲାରେ ସ୍ୱାମୀ ବି ମୋର ସମର୍ଥନ କରିନଥିଲେ ।

ଏହା ସହ ଶାଶୁଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଉଥିବା ମହିଳା ଅଭିଯୋଗ କରିଛନ୍ତି । ବାହାଘରର ଦୁଇ ଦିନ ପରେ ମୋ ଠାରୁ ନଗଦ ୭ ଲକ୍ଷ ଟଙ୍କା ଓ ଫର୍ଚୁନର କାର ଦାବି କରାଯାଇଥିଲା । ପ୍ରତିଦିନ ମାଡ଼ ମାରିବା ଆରମ୍ଭ ହୋଇଥିଲା ବୋଲି ମହିଳା ଅଭିଯୋଗ କରିଛନ୍ତି ।

ଏହା ପରେ ଶାଶୁଘର ଲୋକେ ତାଙ୍କୁ ଘରୁ ବାହାର କରିଦେଇଛନ୍ତ ବୋଲି ମହିଳା କହିଛନ୍ତିି । ଅନ୍ୟପଟେ ଏହି ମାମଲାରେ ଶାଶୁଘର ପକ୍ଷରୁ ମହିଳାଙ୍କ ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କୁହାଯାଇଛି । ଉଭୟ ପକ୍ଷର ଅଭିଯୋଗ ଶୁଣିବା ପରେ ମାମଲାର ତଦନ୍ତ କରୁଛି ପୋଲିସ ।

Get real time updates directly on you device, subscribe now.