fbpx

କଟକରେ ହେବନି ଦୁର୍ଗାପୂଜା ଭସାଣି

କଟକ,୨୮ ।୮(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଦୂର୍ଗାପୂଜାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଏହାକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି ଯେ, କଟକରେ ଏଥର ଦୁର୍ଗାପୂଜା ପାଇଁ ସଜାସଜ କି ଭସାଣି ହେବନାହିଁ । ଭସାଣି ପାଇଁ ଅନ୍ୟ କିଛି ବ୍ୟବସ୍ଥା କରାଯିବ । ବିନା ଶ୍ରଦ୍ଧାଳୁରେ କେବଳ ବିଧିରକ୍ଷା ପାଇଁ ପୂଜା କରାଯିବ । ପୂଜା କମିଟିର ସୀମିତ ଲୋକ ପୂଜାରେ ସାମିଲ ହେବେ । ଆସନ୍ତା ୨ରୁ ୩ ଦିନରେ ମୂର୍ତ୍ତିର ଉଚ୍ଚତା ନେଇ ନିଷ୍ପତ୍ତି ନିଆଯିବ ।’

Get real time updates directly on you device, subscribe now.