fbpx
BSKY
BJD MC SKY
BJD YOUTH SKY

(ଭିଡିଓ) ହାତରୁ ଲିଭିନି ମେହେନ୍ଦୀ, ମଥାରୁ ଲିଭିଗଲା ସିନ୍ଦୂର: ଯବାନ ସ୍ୱାମୀଙ୍କୁ ହରାଇ କାନ୍ଦୁଛି ପତ୍ନୀ

ଯବାନଙ୍କ ଅକସ୍ମାତ ମୃତ୍ୟୁରେ ଶାନ୍ତ ପଡ଼ି ଯାଇଛି ଗାଁ ଦାଣ୍ଡ । ଚାରିଆଡ଼େ ଖେଳି ଯାଇଛି ଦୁଃଖ । ସାହି ପଡ଼ିଶା ମର୍ମାହତ ହୋଇପଡ଼ିଛନ୍ତି ଗାଁର ଯବାନ ପୁଅକୁ ହରାଇ । ଯବାନଙ୍କ ମୃତ୍ୟୁରେ ତାଙ୍କ ଦେଶସେବାକୁ ମନେ ପକାଇବା ସାଙ୍ଗକୁ ଆତ୍ମାର ସଦଗତି ପାଇଁ ଗାଁ ଦାଣ୍ଡରେ ସାଙ୍ଗସାଥୀ ଯୁବକ ମାନେ ବି ଅମର ରହେ ର ନାରା ଦେଉଛନ୍ତି । ଏ ହେଉଛି ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ନଗରଡ଼ିହ ଅଞ୍ଚଳର ଦୃଶ୍ୟ ।

ଗାଁର ସାଗର କୁମାର ଶତପଥୀଙ୍କ ଦେଶ ସେବା ପାଇଁ ସେ ପୁରା ଏଗାର ବର୍ଷ କାଳ ଭାରତୀୟ ସେନାକୁ ଦେଇଛନ୍ତି । ବିହାର ରେଜିମେଣ୍ଟରେ ଯୋଗ ଦେଇଥିବା ସାଗରଙ୍କ ମାତ୍ର ୬ ମାସ ପୂର୍ବରୁ ବିବାହ ମଧ୍ୟ ହୋଇଥିଲା । ଆଉ ବାହାଘର ପରେ ପ୍ରଥମଥର ପାଇଁ ଘରକୁ ଛୁଟିରେ ଆସିଥିଲେ । ସ୍ତ୍ରୀ ତାଙ୍କ ବାପଘରେ ଥିବା ବେଳେ ତାଙ୍କୁ ଭେଟିବାକୁ ଯାଉଥିଲେ ସାଗର । କିନ୍ତୁ ରାସ୍ତାରେ ଘଟିଲା ଦୁର୍ଘଟଣା । ଯେଉଁଥିରେ ସେ ପ୍ରାଣ ହରାଇଛନ୍ତି ।

ନଗରଡ଼ିହର ରବି ନାରାୟଣ ଶତପଥୀଙ୍କ ବଡ଼ ପୁଅ ସାଗର । ତାଙ୍କ ସାନଭାଇ ବି ଭାରତୀୟ ସେନାରେ ଯବାନ ଭାବେ କାମ କରନ୍ତି । ଗାଁ ଲୋକଙ୍କ କହିବା ଅନୁସାରେ ସାଗର ଭାରତୀୟ ସେନାରେ ଭର୍ତ୍ତି ହେବା ପରଠୁ ଗାଁରେ ଅନ୍ୟ ମାନଙ୍କୁ ବି ସେନାରେ ଭର୍ତ୍ତି ହୋଇ ଦେଶର ସେବା କରିବାକୁ ବୁଝାନ୍ତି । ଆଉ ଖାସ ସେଥିପାଇଁ ଘରର ଦୁଇପୁଅ ଭାରତୀୟ ସେନାରେ ଦେଶ ସେବା ପାଇଁ ନିୟୋଜିତ ହୋଇଥିବାରୁ ଘରଲୋକ ବି ତାଙ୍କୁ ନେଇ ବେଶ ଗର୍ବ କରୁଥିଲେ । କିନ୍ତୁ ସାଗରଙ୍କର ଏମିତି ଅଚାନକ ମୃତ୍ୟୁରେ ଏବେ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି ।

ତେବେ ପୋଷ୍ଟମର୍ଟମ ପରେ ତାଙ୍କ ମରଶରୀର ପରିବାରକୁ ହସ୍ତାନ୍ତର କରାଯାଇଛି । ଏପଟେ ଗାଁ ଲୋକ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ଗାଁର ଏଭଳି ଏକ ବୀର ପୁଅର ଆତ୍ମାର ସଦଗତି ପାଇଁ ମରଶରୀରକୁ ସଂକୀର୍ତ୍ତନ ସହ ବିଦାୟ ଦେଇଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.