fbpx

ଡ୍ରୋନ ଦ୍ୱାରା ଡେଲିଭରି ହେବ ସାମଗ୍ରୀ: ଏହି ୪ ସହରରେ ହେବାକୁ ଯାଉଛି ଆରମ୍ଭ

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଡ୍ରୋନ ଦ୍ୱାରା ସାମଗ୍ରୀ ପହଞ୍ଚାଇବା ସେବା । ଅର୍ଥାତ୍ ଏଣିକି ଡ୍ରୋନ୍ ସାହାଯ୍ୟରେ ଆପଣଙ୍କ ଘରେ ପହଞ୍ଚିବ ଆପଣ ଅର୍ଡର କରିଥିବା ଜିନିଷ । ଲାଷ୍ଟ ମାଇଲ ଡେଲିଭରି ସେବା ଚଳାଉଥିବା କମ୍ପାନୀ ଜିପ୍ ଇଲେକ୍ଟ୍ରିକ୍ କହିଛି ଯେ ଏବେ ସେ ଡ୍ରୋନ୍ ଲଜିଷ୍ଟିକ୍ସ ସେଗମେଣ୍ଟରେ ପ୍ରବେଶ କରିବାକୁ ଯାଉଛି । ଏଥିପାଇଁ ଟିଏସଏଡବ୍ଲୁ ସହ ଚୁକ୍ତି କରିଛି । କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ଦେଶର ଚାରି ସହରରେ ୨୦୦ ଡ୍ରୋନ୍ ଦ୍ୱାରା କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛି ।

ଏହି ସେବା ପ୍ରଥମେ ଦିଲ୍ଲୀ ଏନସିଆର, ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଏବଂ ପୁଣେ ରେ ଆରମ୍ଭ କରାଯିବ । ଏଠାରେ ଲାଷ୍ଟ ମାଇଲ ଡେଲିଭରି ସେବା ପୂର୍ବରୁ ରହିଛି । କମ୍ପାନୀ ର କହିବା ଅନୁଯାୟୀ ନିଯୋଜିତ ହୋଇଥିବା ଏହି ଡ୍ରୋନ ଗୁଡ଼ିକରେ ସ୍ମାର୍ଟ ଲକର ରହିଛି ଯାହା କେବଳ ଗ୍ରାହକଙ୍କୁ ଦିଆଯାଇଥିବା ଓଟିପି ମାଧ୍ୟମରେ ହିଁ ଖୋଲିବ ।

ତେବେ ଏହି ଡ୍ରୋନ ଡେଲିଭରି ଦ୍ୱାରା ଅନେକ ସୁବିଧା ହେବ ଯେମିତିକି କିଛି ସ୍ଥାନରେ ପହଞ୍ଚିବା ସହଜ ହୋଇଯିବ, ଯେଉଁଠାରେ ପହଞ୍ଚିବା ସହଜ ହୋଇନଥାଏ । ଏହାଦ୍ୱାରା ଅତିଶୀଘ୍ର ଖାଦ୍ୟ, ମେଡିସିନ୍, ଏବଂ ଖାଦ୍ୟ ସାମଗ୍ରୀ ଶୀଘ୍ର ଘରେ ପହଞ୍ଚାଯାଇପାରିବ । ଏହାଦ୍ୱାରା ଟ୍ରାଫିକ ସମସ୍ୟା ମଧ୍ୟରୁ ଆଶ୍ୱସ୍ତି ମିଳିବ ।

ଏନେଇ ଜିପ୍ ଇଲେକ୍ଟ୍ରିକର କୋ ଫାଉଣ୍ଡର ଏବଂ ସିଇଓ ଆକାଶ ଗୁପ୍ତା କହିଛନ୍ତି ଯେ ସେ ଡେଲିଭରି ପ୍ରକ୍ରିୟାକୁ ସରଳ ଏବଂ ସ୍ମାର୍ଟ କରିବାକୁ କାମ କରୁଛନ୍ତି । ସେ କହିଛନ୍ତି ଏହି ଡ୍ରୋନ ମାଧ୍ୟମରେ ପାହାଡ଼ି ଏବଂ ଅଧିକ ଦୁରତା ଥିବା ଅଞ୍ଚଳକୁ କମ ସମୟରେ ପହଞ୍ଚିହେବ । ଏହାଦ୍ୱାରା ଜରୁରୀ ସାମଗ୍ରୀ, ଔଷଧ, ଖାଦ୍ୟ ଅତିଶୀଘ୍ର ପହଞ୍ଚାଯାଇପାରିବ । ଏହାଦ୍ୱାରା ଅଧିକ ସମୟ ବଞ୍ଚିବ ।

Get real time updates directly on you device, subscribe now.