fbpx

୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ: ୧୦ ଫେବୃୟାରୀରୁ ୟୁପିରେ ମହାସମର, ପୋଲିଂ ସମୟ ବଢିଲା ୧ ଘଣ୍ଟା

ନୂଆଦିଲ୍ଳୀ: ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ନେଇ ପ୍ରେସ ମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସମୁଦାୟ ୭ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଫେବୃୟାରୀ ୧୦ରୁ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଫେବୃୟାରୀ ୧୦ରୁ ମାର୍ଚ୍ଚ ୧୦ ମଧ୍ୟରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବୃୟାରୀ ୧୦ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ଫେବୃୟାରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟ, ଫେବୃୟାର ୨୦ରେ ତୃତୀୟ, ଫେବୃୟାରୀ ୨୩ରେ ଚତୁର୍ଥ, ଫେବୃୟାରୀ ୨୭ରେ ପଞ୍ଚମ, ମାର୍ଚ୍ଚ ୩ରେ ଷଷ୍ଠ ଓ ମାର୍ଚ୍ଚ ୭ ତାରିଖରେ ଅନ୍ତିମ ପର୍ଯ୍ୟାୟର ଭୋଟ ଗ୍ରହଣ ହେବ । ଏହା ସହିତ ପୋଲିଂ ସମୟରେ ମଧ୍ୟ ୧ ଘଣ୍ଟା ବଢାଇ ଦିଆଯାଇଛି ।

ଉତ୍ତରାଖଣ୍ଡ , ଗୋଆ ଏବଂ ପଞ୍ଜାବରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ମଣିପୁରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବୃୟାରୀ ୨୭ ଓ ମାର୍ଚ୍ଚ ୩ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଉତ୍ତରାଖଣ୍ଡ , ଗୋଆ ଏବଂ ପଞ୍ଜାବରେ ଫେବୃୟାରୀ ୧୪ ତାରିଖରେ ଭୋଟ ଗ୍ରହଣ କରାଯିବ । ୫ଟି ଯାକ ରାଜ୍ୟରେ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣନା କରାଯିବ ।

Get real time updates directly on you device, subscribe now.