fbpx

ମହିଳା ଓ ବୃଦ୍ଧଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା : ଜାଣନ୍ତୁ କଣ କହିଲେ ନିର୍ବାଚନ କମିଶନର

ନୂଆଦିଲ୍ଳୀ: ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସମଭା ନିର୍ବାଚନ ପୂର୍ବରୁ ମହିଳା ଓ ବୃଦ୍ଧଙ୍କ ପାଇଁ ବଡ ଘୋଷଣା କରାଯାଇଛି । ପଞ୍ଜାବ, ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଏବଂ ଗୋଆରେ ନିର୍ବାଚନ ଅନୁଷ୍ଠିତହେବାକୁ ଯାଉଥିବା ବେଳେ ମହିଳା ଏବଂ ବୟସ୍କ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୫ଟି ଯାକ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସମୁଦାୟ ୨ ଲକ୍ଷ ୧୫ ହଜାର ୩୬୮ ବୁଥରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ କିଛି ବୁଥ୍ କେବଳ ମହିଳାଙ୍କ ପାଇଁ ରହିଛି । ଏହି ବୁଥରେ ପ୍ରିଜାଇଡିଂ ଅଫିସରଙ୍କ ଠାରୁ ଆରମ୍ଭ କରି ସମସ୍ତେ ମହିଳା ରହିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଅଧିକରୁ ଅଧିକ ପରିମାଣରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ କରିଛନ୍ତି ସୁଶୀଲ ଚନ୍ଦ୍ର ।

ଏହା ସହିତ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ପୂର୍ବରୁ କେବଳ ସରକାରୀ କର୍ମଚାରୀ ଏବଂ ଭୋଟିଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଉଥିଲା । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ପାଳନ କରାଯାଇଛି । ଅନ୍ୟ ପକ୍ଷରେ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯିବ ।

Get real time updates directly on you device, subscribe now.