fbpx

୧୦ମ ପାସ୍ ଙ୍କ ପାଇଁ BSFରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କେବେଠାରୁ କରିପାରିବେ ଆବେଦନ

ବିଏସଏଫ୍ ରିକ୍ରୁଟମେଣ୍ଟ ୨୦୨୨: ସୀମା ସୁରକ୍ଷା ବଳ ବିଏସଏଫ ରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ଗୃହ ମନ୍ତ୍ରାଳୟ ବିଏସଏଫ୍ ରେ କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବାକୁ ଯାଉଛି । ସମୁଦାୟ ୨୭୮୮ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯିବ ।

ସୂଚନା ଅନୁଯାୟୀ ନିଯୁକ୍ତି ପାଇଁ ୧୫ ଜାନୁଆରୀ ୨୦୨୨ ରୁ ଆବେଦନ ଗ୍ରହଣ କରାଯିବ । ଯାହାର ଶେଷ ତାରିଖ ୨୩ ଫେବୃଆରୀ ପର୍ଯ୍ୟନ୍ତ ରହିବ । ଆଶାୟୀ ଅଫିସିଆଲ ୱେବସାଇଟ rectt.bsf.gov.in ରେ ଯାଇ ଆବେଦନ କରିପାରିବେ । ଖୁବଶୀଘ୍ର ଏହାର ବିଜ୍ଞପ୍ତି ପ୍ରକାଶ କରାଯିବ ।

କନଷ୍ଟେବଳ ପଦରେ ଆବେଦନ ପାଇଁ ୧୦ମ କିମ୍ବା ଆଇଟିଆଇ ସାର୍ଟିଫିକେଟ୍ ରହିଥିବା ଆବଶ୍ୟକ । ତେବେ ସଂପୂର୍ଣ୍ଣ ଯୋଗ୍ୟତା ସୂଚନା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜଣାପଡ଼ିବ । ରିପୋର୍ଟ ଅନୁଯାୟୀ ପଦରେ ଆବେଦନ କରିବା ପାଇଁ ବୟସ ସୀମା ୧୮ରୁ ୨୩ ରହିପାରେ । ଆଶାୟୀଙ୍କ ଶାରୀରିକ ଦକ୍ଷତା ପରୀକ୍ଷଶ, ଡକ୍ୟୁମେଣ୍ଟ ଭେରିଫିକେସନ, ଲିଖିତ ପରୀକ୍ଷା, ମେଡିକାଲ ପରୀକ୍ଷା ଆଧାରରେ କରାଯିବ ।

Get real time updates directly on you device, subscribe now.