fbpx
BSKY SKY
BSKY SKY

ଦ୍ଵିତୀୟ ଲହରରେ ଲୋକଙ୍କ ଠାରୁ ହୋଇଛି ଜମାଣିଆ ଲୁଟ୍, ମରିଯାଇଛି ମାନବିକତା: ସର୍ଭେ ରିପୋର୍ଟରୁ ପ୍ରକାଶ

BSKY

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ସମୟରେ ଦୋକାନୀ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ସଞ୍ଚାଳକ ଓ ପ୍ରାଇଭେଟ୍ ଲ୍ୟାବ୍ ଅଧିକାରୀ ମାନେ ମେଡ଼ିକାଲ ଉପକରଣ ବିକ୍ରି କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଲୋକଙ୍କ ଠାରୁ ଖୁବ୍ ଲୁଟ୍ କରାଯାଇଛି । ଯେଉଁ ସମୟରେ ଲୋକମାନେ ନିଜର ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିଲେ ଓ ବିଭିନ୍ନ ସ୍ଥାନରେ ଜରୁରୀ ସୁବିଧା ପାଇଁ ଗୁହାରୀ କରୁଥିଲେ ସେ ସମୟରେ ମାନବିକତାକୁ ମାରି ଖୁବ୍ ଲୁଟ୍ କରାଯାଇଛି । ଏହା ଉପରେ ହୋଇଥିବା ଏକ ସର୍ଭେରେ ଏସବୁ ଜିନିଷର ଖୁଲାସା ହୋଇଛି ।

ତେବେ ଏହି ଲୁଟ୍ ର ପରିମାଣ କିଛି କମ୍ ନୁହେଁ ମୋଟା ଅଙ୍କର ଲୁଟ୍ କରାଯାଇଛି ନିରୀହ ଲୋକଙ୍କ ଠାରୁ । ବିଭିନ୍ନ ଜିନିଷ ଉପରେ ନିର୍ଦ୍ଧାରିତ ଦର ଠାରୁ ୫୦୦ ଗୁଣ ଅଧିକ ଆଦାୟ କରାଯାଇଛି । ରୋଗୀ ମାନେ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ମୁର୍ଚ୍ଛା ଉଦ୍ୟମ କରୁଥିବା ବେଳେ ସେମାନଙ୍କ ଠାରୁ ଆଶାଠାରୁ ଅଧିକ ଟଙ୍କା ଆଦାୟ କରାଯାଇଛି । ଯାହାର ରିପୋର୍ଟ ଏବେ ସାମନାକୁ ଆସିଛି । କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କିଲ ପକ୍ଷରୁ ଦେଶର ୩୮୯ ଜିଲ୍ଲାରେ ହୋଇଥିବା ସର୍ଭେର ରିପୋର୍ଟ ଏବେ ପ୍ରକାଶ ପାଇଛି । ତେବେ ଏହାକୁ ପଢ଼ିବା ପରେ ଦେଶର ଲୋକଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ହୋଇଯିବ ।

ଲୋକାଲ ସର୍କିଲର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଟିମ୍ ଦେଶର ୩୮୯ ଜିଲ୍ଳାର ୩୮ ହଜାର ଲୋକଙ୍କ ସହିତ କଥାବାର୍ତ୍ତା କରାଯାଇ ଏକ ବଡ଼ ଧରଣର ସର୍ଭେ କରାଯାଇଥିଲା । ଏଥିରେ କରୋନାର ଦ୍ୱିତୀୟ ଲହର ସମୟରେ ବ୍ୟବହାର କରାଯାଇଥିବା ରୋଗୀଙ୍କ ଔଷଧ, ଆମ୍ବୁଲାନ୍ସ ଖର୍ଚ୍ଚ, ମେଡିକାଲ ଉପକରଣ ଏବଂ କୋଭିଡ୍ ରିପୋର୍ଟ ତିଆରି କରୁଥିବା ଲ୍ୟାବ୍ ଆଦିରେ ଦିଆଯାଇଥିବା ଟଙ୍କାକୁ ନେଇ ହଜାର ହଜାର ଲୋକଙ୍କ ସହ କଥାବାର୍ତ୍ତା କରି ସେମାନଙ୍କର ଅନୁଭବ ଜାଣିବାକୁ ଚେଷ୍ଟା କରାଯାଇଥିଲା । ଏଥିରୁ ଆଶ୍ଚର୍ଯ୍ୟ କରିବା ପରି ତଥ୍ୟ ସାମନାକୁ ଆସିଛି ।

ସର୍ଭେ ଅନୁସାରେ, ପୀଡ଼ିତା ପରିବାର ମଧ୍ୟରୁ ପ୍ରତିଟି ତୃତୀୟ ବ୍ୟକ୍ତିଙ୍କ ଠାରୁ ଅକ୍ସିମଟର୍, ଅକ୍ସିଜେନ୍ ଏବଂ ଅକ୍ସିଜେନ୍ କନ୍ସେଟ୍ରେଟର୍ ବିକ୍ରି କରୁଥିବା ଦୋକାନୀ ମାନେ ନିର୍ଦ୍ଧାରିତ ଦର ଠାରୁ ୩୦୦ ରୁ ୪୦୦ ଗୁଣ ଅଧିକ ଟଙ୍କା ଆଦାୟ କରାଯାଇଛି । ଚାଇନିଜ୍ କନ୍ସେଟ୍ରେଟର୍ ଗୁଡ଼ିକର ଦାମ୍ ୩୦ ରୁ ୩୫ ହଜାର ହୋଇଥିବା ବେଳେ ସେ ସବୁକୁ ଆକ୍ରାନ୍ତଙ୍କ ପରିବାରକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ସେହିପରି ଯେଉଁ ଯେଉଁ କନ୍ସେଟ୍ରେଟର୍ ୩୦୦ ରୁ ୪୦୦ ଟଙ୍କାରେ ବିକ୍ରି ହେଉଛି ସେସବୁକୁ ୩ରୁ ୪ ହଜାର ଟଙ୍କାରେ ବିକ୍ରି କରାଯାଇଛି । ଏନେଇ ୧୪ ପ୍ରତିଶତ ଲୋକ ମତ ପ୍ରକାଶ କରିଛନ୍ତି ।

ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶରେ କୋଭିଡର ଦ୍ୱିତୀୟ ଲହର ସମୟରେ ଆମ୍ବୁଲାନ୍ସ ନାମରେ ସର୍ବାଧିକ ଟଙ୍କା ଆଦାୟ କରାଯାଇଛି । ରିପୋର୍ଟ ଅନୁଯାୟୀ, ୭୦ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଆମ୍ବୁଲାନ୍ସ ପାଇଁ ଅଧିକ ଚାର୍ଜ ଦେଇଛନ୍ତି । ଆମ୍ବୁଲାନ୍ସ ପାଇଁ ଧାର୍ୟ୍ୟ ଭଡାଠାରୁ ୫୦ ପ୍ରତିଶତ ଲୋକଙ୍କ ଠାରୁ ୫୦୦ ପ୍ରତିଶତ ଅଧିକ ଚାର୍ଜ କରାଯାଇଥିଲା। ସେହିପରି ଔଷଧ ନାମରେ ବି ମୋଟା ଅଙ୍କର ଲୁଟ୍ କରାଯାଇଛି । ମେଡିସିନ୍ ପାଇଁ ୧୦ ଗୁଣ ଅଧିକ ଟଙ୍କା ଆଦାୟ କରାଯାଇଛି । ମେଡିସିନ୍ ଦୋକାନୀ ମାନେ ଧାର୍ଯ୍ୟ ଦାମ୍ ଠାରୁ ୧୦ ହଜାର ଟଙ୍କାରୁ ଅଧିକ ଦାମ୍ ରେ ବିକ୍ରି କରାଯାଇଛି ।

 

Get real time updates directly on you device, subscribe now.