fbpx

ପିପିଲି ଉପନିର୍ବାଚନ ପ୍ରସ୍ତୁତିକୁ ନେଇ ସିଇଓଙ୍କ ପ୍ରେସମିଟ୍, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉଦିନ କେଇଟା ପରେ ପିପିଲି ଉପନିର୍ବାଚନ । ପିପିଲି ଉପନିର୍ବାଚନ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ସେ କହିଛନ୍ତି ଯେ, ‘୩୦ ତାରିଖରେ ହେବାକୁ ଯାଉଥିବା ନିର୍ବାଚନ ପାଇଁ କାଲିଠାରୁ ଆରମ୍ଭ ହୋଇଛି ସାଇଲେନ୍ସ ପିରିୟଡ । ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । କୋଭିଡ କଟକଣା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ । ପୋଲିଂ କାର୍ଯ୍ୟରେ ନିୟୋଜିତ ସମସ୍ତେ ଡବଲ ଡୋଜ୍ ଟିକା ନେଇଛନ୍ତି । କୋଭିଡ ଆକ୍ରାନ୍ତ ଘରେ ରହି ଭୋଟ ଦେଇପାରିବେ । ଭିନ୍ନକ୍ଷମଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମଙ୍କୁ ଘରୁ ଆଣି ଘରେ ଛାଡିବା ବ୍ୟବସ୍ଥା କରାଯାଇଛି ।’

ତେବେ ୩୪୮ରୁ ୨୦୦ ପୋଲିଂ ପାର୍ଟି ନିର୍ବାଚନ ସ୍ଥାନକୁ ଯାଇସାରିଛନ୍ତି । ୨ ହଜାର ପୋଲିସ କର୍ମଚାରୀ ପୋଲିଂ କାର୍ଯ୍ୟରେ ରହିବେ । ପୋଲିଂ କାର୍ଯ୍ୟରେ ୨୨୦୦ କର୍ମଚାରୀ ଓ ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହୋଇଛି । ଅତିରିକ୍ତ ୭୦୦ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି । ପୋଲିଂ କର୍ମଚାରୀ ଯିବା ଆସିବା ପାଇଁ ୪୨୩ଟି ଗାଡ଼ି ନିୟୋଜିତ ରହିବ । ନିର୍ବାଚନରେ ୩୪୮ ଭିଭିପାଟ ବ୍ୟବହାର କରାଯିବ ।

ପ୍ରତି ବୁଥରେ ମାତ୍ର ୧୦୦୦ ଜଣ ଭୋଟ ଦେଇପାରିବେ । ମୋଟ ବୁଥ ସଂଖ୍ୟା ୩୪୮ ରହିଛି, ସେଥିରୁ ୨୦୧ଟି ସେମ୍ବଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ସମ୍ବେଦନଶୀଳ ଭୋଟରେ ଅଧିକ ସୁରକ୍ଷା ବ୍ୟବସ୍ଥା ହୋଇଛି । ଏଥିପାଇଁ ଅବଜରଭର କିମ୍ବା ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି । ସେଠାରେ ୱେବକାଷ୍ଟ କିମ୍ବା ସିସିଟିଭି ଲଗାଯିବ । ସର୍ବମୋଟ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଛନ୍ତି । ପୋଷ୍ଟାଲ ବାଲାଟରେ ୯୨୪ ଜଣ ଭୋଟ୍ ଦେଇଛନ୍ତି । ନିର୍ବାଚନ ପ୍ରଚାର ବେଳେ ୩ଟି ଅଭିଯୋଗ ଆସିଥିଲା, ଯାହାର ସମାଧାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.