fbpx

୧୯୧୮ ମସିହାର ସାଙ୍ଘାତିକ ମହାମାରୀ ସ୍ପାନିଶ ଫ୍ଲୁ ସମୟରେ ହ୍ୱିସ୍କି ଥିଲା ଔଷଧ

Advertisement

ନୂଆଦିଲ୍ଲୀ,୧୬ ।୫: ଲୋକମାନେ କରୋନା ମହାମାରୀ ସମୟରେ ନିଜର ମାନସିକ ଓ ଭାବନାତ୍ମକ ପରିମାଣକୁ ହ୍ରାସ କରିବାକୁ ଘରେ ମଦ ପିଉଛନ୍ତି । କିନ୍ତୁ ୧୯୧୮ ମସିହାରେ, ଆଧୁନିକ ଇତିହାସରେ ସବୁଠାରୁ ସାଙ୍ଘାତିକ ମହାମାରୀ ଅର୍ଥାତ୍ ସ୍ପାନିଶ ଫ୍ଲୁ ସମୟରେ ଲୋକଙ୍କ ଚିକିତ୍ସା ପାଇଁ ହ୍ୱିସ୍କିକୁ ଔଷଧ ଭାବେ ବ୍ୟବହାର କରାଯାଇଥିଲା । ଡାକ୍ତର ଓ ଆଗଧାଡିର କର୍ମଚାରୀମାନେ ଫ୍ଲୁକୁ ରୋକିବା ପାଇଁ ହ୍ୱିସ୍କି ସେବନ କରିଥିଲେ ।

ଭାରତରେ ସ୍ପାନିଶ ଫ୍ଲୁର ପ୍ରଥମ ଲହର ଆସିବାର ପାଖାପାଖି ବର୍ଷେ ପରେ ବୈଜ୍ଞାନିକମାନେ ଏହାକୁ ରୋକିବାକୁ ହ୍ୱିସ୍କି ପିଇବାକୁ ପରାମର୍ଶ ଦେଇଥିଲେ । ଏନେଇ ୧୯୧୯ ମସିହାରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ଆର୍ଟିକିଲରେ କୁହାଯାଇଛି ।

 

ତେବେ ୧୯୧୮ରୁ ୧୯୨୦ ମଧ୍ୟରେ ସ୍ପାନିଶ ଫ୍ଲୁ ଆମେରିକାର ଏକ ଆର୍ମି କ୍ୟାମ୍ପରୁ ଆରମ୍ଭ ହୋଇ ପୂରା ଦୁନିଆରେ ଚହଳ ସୃଷ୍ଟି କରିଥିଲା । ଏଥିରେ ୫ ରୁ ୧୦ କୋଟି ଲୋକଙ୍କର ମୃତ୍ୟୁ ହୋଇଥିଲା । ୧୯୫୭ରେ ଏହା ଏସିଆନ ଫ୍ଲୁ ନାମରେ ବ୍ୟାପିଲା ।

ଆମେରିକାର ନୌସେନାର ନର୍ସ ଜୋସି ମାବେଲ ବ୍ରାଉନ ୧୯୧୪ରେ ଚିକାଗୋ ନାଭାଲ ଷ୍ଟେସନ ଗ୍ରେଟ ଲେକ୍ସରେ ସେବା କରିଥିବା ଦାବି କରି କହିଛନ୍ତି ଯେ, ‘ଅନେକ ଆକ୍ରାନ୍ତ ଥିଲେ, ଯାହାଙ୍କୁ ଚିକିତ୍ସା କରିବାକୁ ଆମ ପାଖରେ ସମୟ ନଥିଲା । ଏପରିକି ବ୍ଲଡ ପ୍ରେସର ଯାଞ୍ଚ କରିବାକୁ ବି ସମୟ ନଥିଲା । ସେମାନଙ୍କୁ ଟିକେ ଗରମ ହ୍ୱିସ୍କି ଦେବାର  ସମୟ ଥିଲା, ଯାହାଫଳରେ ସେମାନେ ମରଣ ମୁହଁରୁ ଫେରିଆସିଥିଲେ ।

Get real time updates directly on you device, subscribe now.