ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା: ୨ ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍‌ ଜାରି, ଆଜି ଥାନାରେ ହାଜର ହେବେ

କଟକ (ଭାସ୍କର ନ୍ୟୁଜ୍‌): ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ୍‌ ଦୁଇ ଜଣ ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍‌ ଜାରି କରିଛି । ଦୁଇ ଜଣ ୱେବ୍‌ ସାମ୍ବାଦିକ ହେଲେ ଅସିତ୍‌ ରାଉତ ଏବଂ ଦିପ୍ତୀମୟ । ଦୁଷ୍ମନ୍ତଙ୍କ ସହ ଉକ୍ତ ୨ ସାମ୍ବାଦିକ ସମ୍ପର୍କ ନେଇ ଖୋଳତାଡ କରିବ ପୋଲିସ । ବୁଧବାର ଥାନାରେ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି । ଉଭୟ ସାମ୍ବାଦିକ ଦୁଷ୍ମନ୍ତଙ୍କ ମୃତ୍ୟୁ ପୂର୍ବରୁ ବାରମ୍ବାର ଯୋଗାଯୋଗରେ ଥିଲେ । ଗତ ୭ ତାରିଖରେ ବିଧାନସଭା ଚାଲିଥିବା ବେଳେ ଦୁଷ୍ମନ୍ତ ନିଜ ହାତ କାଟି ବିରୋଧ ପ୍ରଦର୍ଶନ କରିଥିଲେ । ପରେ ସେ ବିଷ ପିଇ ଦେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । କମିଶନରେଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଷ୍ମନ୍ତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରବର୍ତ୍ତୀ ସମୟରେ ଏସ୍‌ସିବିକୁ ପଠାଇଥିଲା। ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments
Loading...