fbpx

ହାର୍ଡି ସାନ୍ଧୁଙ୍କ ଗୀତ ଗାଇଲେ ଡଚ୍ ମହିଳା: ପ୍ରଶଂସାରେ ପୋତି ପକାଇଲେ ନେଟିଜେନ୍

ନୂଆଦିଲ୍ଳୀ: ପଞ୍ଜାବୀ ଗାୟକ ହାର୍ଡି ସିନ୍ଧୁଙ୍କ ଗୀତ ବିଜଲୀ ବିଜଲୀ କେଣ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ତେବେ ଏହି ଗୀତକୁ ବର୍ତ୍ତମାନ ଗାଇଛନ୍ତି ଜଣେ ଡଚ୍ ତରୁଣୀ । ଡଚ୍ ତରୁଣୀ ଏମା ହିଷ୍ଟର୍ସ ଏହି ଗୀତଟିକୁ ଗାଇଥିବା ବେଳେ ଏହାକୁ ବେଶ ପସନ୍ଦ କରିଛନ୍ତି ନେଟିଜେନ୍ ।

ଏମାଙ୍କ ପଞ୍ଜାବୀ ଭାଷାରେ ସାମାନ୍ୟ ବିଦେଶୀ ଛାପ ରହିଥିଲା । ମାତ୍ର ଏମାଙ୍କ ଗୀତକୁ ସମସ୍ତେ ବେଶ ପସନ୍ଦ କରିଥିଲେ । ଏହି ଭିଡିଓଟିକୁ ୫ ଲକ୍ଷ ୬୭ ହଜାର ୩୩୨ ଜଣ ଲାଇକ୍ କରିଛନ୍ତି । ହାର୍ଡି ସାନ୍ଧୁଙ୍କ ଅରିଜିନାଲ ଗୀତରେ ଶ୍ୱେତା ତିୱାରୀଙ୍କ ଝିଅ ପଳକ ତିୱାରୀ ନଜର ଆସିଛନ୍ତି । ୟୁଟ୍ୟୁବରେ ପ୍ରାୟ ୧୨ କୋଟି ଲୋକ ଏହି ଭିଡିଓ ଦେଖି ସାରିଲେଣି ।

 

View this post on Instagram

 

A post shared by Emma Heesters (@emmaheesters)

ଅରିଜିନାଲ ଭିଡିଓ

Get real time updates directly on you device, subscribe now.