fbpx

ଦୂତୀ ଟୋକିଓରୁ ଦେଲେ ଚାନ୍ଦ ଭଳି ବାର୍ତ୍ତା… ଜାଣିଲେ ଆପଣ ବି ଖୁସି ହୋଇଯିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ଓଡ଼ିଶାର ସ୍ପ୍ରିଣ୍ଟର୍ ତଥା କ୍ରୀଡ଼ାବିତ୍ ଦୂତୀ ଚାନ୍ଦ ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସର କ୍ରୀଡ଼ାଗ୍ରାମରେ । ତାଙ୍କୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଅନେକ ଆଶା ଓ ବିଶ୍ୱାସ ସୃଷ୍ଟି ହୋଇଛି । ଟୋକିଓରେ ଓଡ଼ିଶା ଚାନ୍ଦ ଉଇଁବା ଆଉ ପଦକ ଆଣିବା ନେଇ ଅନେକ ଚାହି ବସିଛନ୍ତି । ତେବେ ସେ ଯାହା ହେଉ ଟୋକିଓରୁ ଦୂତୀ ଦେଇଛନ୍ତି ଚାନ୍ଦ ଭଳି ସୁନ୍ଦର ବାର୍ତ୍ତା । ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟ୍ ଜରିଆରେ ଓଡ଼ିଆରେ ଦୂତୀ ଲେଖିଛନ୍ତି ଯେ- ଜୀବନର ପ୍ରତିଟି ମୁହୂର୍ତ୍ତ ଅନ୍ୟକୁ ଖୁସି କରିବା ଓ ଅନ୍ୟର ଉପକାର କରି ବିତେଇବାକୁ ଚେଷ୍ଟା କର । କାହିଁକି ନା ପ୍ରତିଟି ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ, ତୁମ ଜୀବନର ବହୁମୂଲ୍ୟ ଦିନଟିଏ ବି ଅସ୍ତ ହୋଇଯାଏ । ଏଭଳି ଅର୍ଥପୂର୍ଣ୍ଣ ବାର୍ତ୍ତାକୁ ଯିଏ ଦେଖିବ ନିଶ୍ଚିତ ଖୁସି ହୋଇଯିବ । ଦୂତୀଙ୍କ ଏଭଳି ପ୍ରେରଣାଦାୟୀ ମେସେଜ୍ ସମସ୍ତଙ୍କୁ ଜୀବନ ସମ୍ପର୍କରେ ଆଉଟିକିଏ ଗଭୀର ଭାବେ ଅନୁଭବ କରିବାର ସୁଯୋଗ ଦେଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦ୍ରୁତ ଧାବିକା ଦୂତୀ ୧୦୦ ମିଟର ଦୌଡ଼ରେ ନିଜର ରେକର୍ଡ ଭଙ୍ଗ କରି ଅଲିମ୍ପିକ ଯୋଗ୍ୟତାର ପାଖାପାଖି ପହଞ୍ଚି ସାରିଥିଲେ । କିନ୍ତୁ କୋଟା ଜରିଆରେ ସେ କ୍ରୀଡ଼ାଗ୍ରାମକୁ ଏଣ୍ଟ୍ରି କରିବାର ସୁଯୋଗ ପାଇଛନ୍ତି ।

Get real time updates directly on you device, subscribe now.