fbpx

Facebook ହେଉଛି ଟଙ୍କା ରୋଜଗାରର ଅନ୍ୟତମ ମାଧ୍ୟମ, ଜାଣନ୍ତୁ ୬ଟି ତରିକା

ବର୍ତ୍ତମାନ ସମୟରେ ଫେସବୁକ୍ ହେଉଛି ଦୁନିଆର ନମ୍ବରୱାନ ସୋସିଆଲ ନେଟୱାର୍କିଂ ସାଇଟ୍ । ସାଧାରଣତଃ ଲୋକମାନେ ଫେସବୁକରେ ଚାଟିଂ, ଫଟୋ, ଭିଡିଓ ଅପଲୋଡ ଆଦି ପାଇଁ ବ୍ୟବହାର କରିଥାନ୍ତି । ଫେସବୁକ ବ୍ୟବହାର କରିବା ପାଇଁ ଆପଣମାନଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼େନାହିଁ, ମାତ୍ର ଆପଣ ଚାହିଁଲେ ଫେସବୁକରୁ ବହୁତ ଟଙ୍କା ରୋଜଗାର କରିପାରିବେ ।

ଫେସବୁକ ସାଧାରଣତଃ ବିଜ୍ଞାପନ ସହ ଅନ୍ୟ ଉପାୟରେ ପଇସା ପାଇଥାଏ । ଆପଣଙ୍କ ଫେସବୁକ ପେଜରେ କୌଣସି ପୋଷ୍ଟ ସେୟାର କଲାବେଳେ ପୋଷ୍ଟ ବୁଷ୍ଟ ଅପସନ ଦେଖାଯାଇଥାଏ । ବୁଷ୍ଟର ସାହାଯ୍ୟ ନେଇ ନେଇ ଆପଣ ନିଜର ପୋଷ୍ଟକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ, ସେଥିପାଇଁ ଆପଣଙ୍କୁ ଫେସବୁକକୁ କିଛି ପଇସା ଦେବାକୁ ପଡ଼ିଥାଏ । ଅନେକ ଲୋକ ଫେସବୁକରେ ବଡ଼ ବଡ଼ ବିଜ୍ଞାପନ ଦେଇଥାନ୍ତି, ଯେଉଁଥିପାଇଁ ସେମାନେ ଫେସବୁକକୁ ପେମେଣ୍ଟ କରିଥାନ୍ତି । ଯଦି ଆପଣମାନେ ଫେସବୁକରୁ ପଇସା ରୋଜଗାର କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଖର ଅଧିକ ଅଡିଏନ୍ସ ରହିଥିବା ଦରକାର । ଯେତେ ଅଧିକ ଲୋକଙ୍କୁ ଆପଣ ଫେସବୁକରେ ଯୋଡ଼ିବାରେ ସମର୍ଥ ହେବେ, ଆପଣଙ୍କର ଇନକମ୍ ସେତିକି ଅଧିକ ହେବ । ଫେସବୁକରୁ ପଇସା କମାଇବା ପାଇଁ ଆପଣଙ୍କ ପାଖରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ, ଫେସବୁକ ଆକାଉଣ୍ଟ, ଇଣ୍ଟରନେଟ, ଫେସବୁକ ପେଜ, ଫେସବୁକ ଗ୍ରୁପ ଥିବା ନିହାତି ଜରୁରୀ ।

୧- ୨୦୧୭ ମସିହାରେ ଫେସବୁକ ନ୍ୟୁ ଭିଡିଓ ଷ୍ଟ୍ରିମିଂ ସର୍ଭିସ ଲଞ୍ଚ କରିଥିଲା । ଯଦି ଆପଣଙ୍କୁ ଭିଡିଓ ବନାଇବା ପସନ୍ଦ, ତେବେ ଆପଣ ୟୁ-ଟ୍ୟୁବ ପରି ଫେସବୁକରୁ ମଧ୍ୟ ପଇସା ରୋଜଗାର କରିପାରିବେ । ଏଥିପାଇଁ ଆପଣ ଫେସବୁକର ନିୟମ ଫଲୋ କରିବାକୁ ପଡ଼ିବ । ଆପଣଙ୍କ ଭିଡିଓ ଅତିକମରେ ୩ ମିନିଟର ହେବା ସହ ଗତ ୨ ମାସରେ ଅତିକମରେ ୩୦ ହଜାର ଲୋକ ଉକ୍ତ ଭିଡିଓକୁ ଦେଖିଥିବା ଦରକାର ।

୨- ଆଫିଲିଏଟ ମାର୍କେଟିଂରେ ଜ୍ଞାନ ଥିଲେ ଆପଣ ମଧ୍ୟ ରୋଜଗାର କରିପାରିବେ । ଆପଣ ଆମାଜନ, ଫ୍ଲିପକର୍ଟ ପରି ବଡ଼ ବଡ଼ କମ୍ପାନୀର ପ୍ରଡକ୍ଟ ଫେସବୁକ ପେଜରେ ସେଲ୍ କରି କମିଶନ ପାଇପାରିବେ ।

୩- ଯଦି ଆପଣଙ୍କ ପାଖରେ ଅଧିକ ଲାଇକ୍ ବିଶିଷ୍ଟ ଏକ ଫେସବୁକ ଫେଜ ରହିଥିବ, ତେବେ ତାହାକୁ ଆପଣ ବିକ୍ରି କରିପାରିବେ । ୧ ଲକ୍ଷ ଲାଇକ୍ ବିଶିଷ୍ଟ ଏକ ଫେସବୁକ ପେଜ୍ ଥିଲେ ଆପଣ ତାହାକୁ ପ୍ରାୟ ୨୦ ହଜାର ଟଙ୍କାରେ ବିକ୍ରି କରିପାରିବେ । ଏହାଛଡ଼ା ଏହି ପେଜରେ ଆପଣ ବ୍ଲଗ୍, ୟୁ-ଟ୍ୟୁବର ପ୍ରମୋଶନ କରି ଇନକମ୍ କରିପାରିବେ ।

୪- ଆପଣ ଫେସବୁକରେ ମାର୍କେଟର କାର୍ଯ୍ୟ କରି ଅର୍ଥ ଉପାର୍ଜନ କରିପାରିବେ । ସେଥିପାଇଁ କେଉଁ ପୋଷ୍ଟ କେଉଁ ସମୟରେ ପୋଷ୍ଟ କରିବା ଦରକାର, ତାହା ଜାଣିବା ନିହାତି ଦରକାର । ଯଦି ଆପଣଙ୍କ ପାଖରେ ଏକ ସକ୍ରିୟ ଫେସବୁକ୍ ଗ୍ରୁପ୍ ରହିଥିବ, ତେବେ ସେଥିରୁ ଆପଣ ଟଙ୍କା କମାଇ ପାରିବେ ।

୫- ଅନେକ ସେଲିବ୍ରେଟି, ପଲିଟିସିଆନ୍, ଛୋଟବଡ଼ କମ୍ପାନୀ ସେମାନଙ୍କର ରିଚ୍ ବଢ଼ାଇବା ପାଇଁ କ୍ଲାଏଣ୍ଟ ହାୟର କରିଥାନ୍ତି । ଏହି କ୍ଲାଏଣ୍ଟମାନେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ମ୍ୟାନେଜ୍ କରି ପଇସା ପାଇଥାନ୍ତି। ଏହାଛଡ଼ା ଆପଣ ଏଥିରେ ଦୈନିକ କଣ୍ଟେଣ୍ଟ ପବ୍ଲିସ କରି କମ୍ପାନୀଠାରୁ ଅର୍ଥ ପାଇପାରିବେ ।

୬- ଇଣ୍ଟରନେଟରେ ଏପରି ଅନେକ ଆପିଲିକେସନ ଓ ୱେବସାଇଟ୍ ରହିଛି ଯାହାକୁ ଆପଣ ନୂଆ ୟୁଜରଙ୍କୁ ରେଫର କରି କମିଶନ ପାଇପାରିବେ । ଯଦି ଆପଣ ଆପ୍ ବା ୱେବସାଇଟ୍ ପ୍ରମୋଟ କରୁଥାନ୍ତି, ତେବେ କୌଣସି ଫେସବୁକ ଗ୍ରୁପରେ ଉକ୍ତ ଲିଙ୍କ୍ ସେୟାର କରିପାରିବେ । ଯେତେ ଅଧିକ ଲୋକ ଆପଣଙ୍କ ଲିଙ୍କ୍ ଉପରେ ଟଚ୍ କରିବେ, ସେଥି ଅଧିକ ମାତ୍ରାରେ ଆପଣଙ୍କ କମିଶନ ବୃଦ୍ଧି ପାଇବ ।

Get real time updates directly on you device, subscribe now.