fbpx

‘ଖେଲୋ ଇଣ୍ଡିଆ’ର ୧୦୦ ମିଟର ରେସରେ ଦୂତୀଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର,୨୯ ।୨(ଓଡିଶା ଭାସ୍କର): ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ଚମକିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଦୂତୀ । ୧୧.୪୯ ସେକେଣ୍ଡ ସମୟ ନେଇ ୧୦୦ ମିଟର ରେସକୁ ସେ ଶେଷ କରିଛନ୍ତି । ତେବେ ଦୂତୀ ତାଙ୍କ ନାମରେ ଥିବା ରେକର୍ଡକୁ ଆଜି ଭାଙ୍ଗିଛନ୍ତି । ପୂର୍ବରୁ ସେ ୟୁନିଭର୍ସିଟି ରେକର୍ଡରେ ୧୧.୫୭ ସେକେଣ୍ଡରେ ଶହେ ମିଟର ଦୌଡି ରେକର୍ଡ କରିଥିଲେ ।

Get real time updates directly on you device, subscribe now.