fbpx
BJD
BJD SKY
BJD SKY

ଦୂତିଙ୍କୁ ହୋଇଥିଲା କ୍ୟାନସର: ଡୋପ ଟେଷ୍ଟରେ ବିଫଳ ହେବା ପରେ ଦେଲେ ପ୍ରତିକ୍ରିୟା

BJD

ଭୁବନେଶ୍ୱର: ଦୁଇ ଦୁଇଥର ଅଲିମ୍ପିଆନ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଲାଗିଛି ଶକ୍ତ ଝଟକା । ଡୋପ୍ ଟେଷ୍ଟରେ ବିଫଳ ପରେ ତାଙ୍କ ଉପରେ ଲାଗିଛି ୪ ବର୍ଷର ପ୍ରତିବନ୍ଧକ । ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ସେ କୌଣସି ଜାତୀୟ କିମ୍ବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ । ଏହାକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଦୂତୀ । ସେ କହିଛନ୍ତି ଯେ, ‘ଲେଭଲ୍‌-୧ କ୍ୟାନସରରେ ମୁଁ ଆକ୍ରାନ୍ତ ହୋଇଥିଲି । କ୍ୟାନସର ସମ୍ପର୍କରେ ୨୦୨୧ ନଭେମ୍ବରରେ ଜାଣିଲି । ଅତ୍ୟଧିକ କଷ୍ଟ ହେଉଥିବାରୁ ହ୍ବାଟ୍ସ ଆପ ମାଧ୍ୟମରେ ଯୋଗାଯୋଗ କରି ମେଡିସିନ୍‌ ନେଇଥିଲି ।’

ଏହା ସହ ପୁଣି ଥରେ ସୁଯୋଗ ଦେବା ପାଇଁ @NADAIndiaOffice କୁ ଅପିଲ୍ କରିଛନ୍ତି ଧାବିକା ଦୂତୀ ଚାନ୍ଦ । ମୁଁ କେବେ ଡୋପିଂ କରିନି, ମୋତେ ସୁଯୋଗ ମିଳୁ ବୋଲି ଦୂତୀ କହିଛନ୍ତି । ତେବେ ଆଥଲେଟ୍ ଦୂତୀ ଚାନ୍ଦଙ୍କର ପ୍ରାରମ୍ଭିକ ଅବସ୍ଥାରେ ଚାଲିଥିଲା ଚିକିତ୍ସା । କ୍ୟାନସର ହୋଇଥିବା ଯୋଗୁଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ । ଚିକିତ୍ସା ସମୟରେ ଖେଳ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହ କ୍ୟାନସର ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେହି ଔଷଧରେ ନିଷିଦ୍ଧ ସାମଗ୍ରୀ ଥିବା ତାଙ୍କୁ ଜଣା ନଥିଲା ବୋଲି ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଆଥଲେଟ୍ ଦୂତୀ ଚାନ୍ଦ କହିଛନ୍ତି । ଏଥିପାଇଁ ତାଙ୍କୁ ୪ବର୍ଷ ପାଇଁ ବ୍ୟାନ କରାଯାଇଛି ।

ଡୋପିଂ ଟେଷ୍ଟରେ ବିଫଳ ହେବା ନେଇ ଧାବିକା ଦୂତୀ ଚାନ୍ଦ ଦୁଃଖିତ । ସେ କହିଛନ୍ତି, ଏହି ଖବର ଶୁଣିବା ପରେ ଅତ୍ୟନ୍ତ ମର୍ମାହତ । ମୁଁ ଅଲିମ୍ପିକ, ଏସିଆନ ଗେମ୍ସ ଆଦି ଖେଳିଛି । ସବୁ କ୍ଷେତ୍ରରେ ମୁଁ ସଫଳ ହୋଇଛି । ତେବେ ଛୁଟିରେ ମୁଁ ଘରେ ଥିବାବେଳେ ଗତବର୍ଷ ନଭେମ୍ବରରେ ମୋର ସାମ୍ପୁଲ ନିଆଯାଇଥିଲା ।

ଏଥିରେ ମୋର ପଜିଟିଭ ଆସିଥିଲା । ମୁଁ ଜାଣି ପାରି ନଥିଲି ଏହାର କାରଣ । ପରେ ମୁଁ ପୁନର୍ବାର ସାମ୍ପୁଲ ନେବାକୁ କହିଥିଲି । ଗତ ମାର୍ଚ୍ଚରେ ପୁଣି ଥରେ ମୋର ସାମ୍ପୁଲ ନିଆଯାଇଥିଲା । ସେତେବେଳେ ଶରୀରରେ ଯନ୍ତ୍ରଣା ହେଉଥିବାରୁ ସେ ପେନ୍ କିଲର ଖାଉଥିଲେ । ଏଥିଲାଗି ଫିଜିଓଥେରାପିଷ୍ଟ ତାଙ୍କୁ ହ୍ବାଟସଆପରେ ମେଡିସିନ ଖାଇବାକୁ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.