fbpx

ଦୂତିଙ୍କୁ ମିଳିବ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୨୧ ।୮: ଚଳିତ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ଘୋଷଣା କରିଛି କ୍ରୀଡା ମନ୍ତ୍ରାଳୟ । ଓଡ଼ିଶାର ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ମିଳିବ। ଦୂତୀ ଓ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ନାଁ ସୁପାରିସ କରାଯାଇଥିଲା।

ହେଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦୂତୀଙ୍କ ସହ ୨୭ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ହେଲେ ଏଥିରେ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ନାହିଁ। ମଙ୍ଗଳବାର ନ୍ୟାଶନାଲ ସ୍ପୋର୍ଟସ ଆୱାର୍ଡ ସିଲେକ୍ସନ କମିଟିର ବୈଠକ ବସିଥିଲା। ଏହାପରେ ୨୯ ଜଣଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ପଠାଇଥିଲା।

ଏହା ସହ ଚଳିତବର୍ଷ ୧୫ ଜଣ କ୍ରୀଡାବିତଙ୍କୁ ମିଳିବ ଧ୍ୟାନଚାନ୍ଦ ପୁରସ୍କାର । ୮ ଜଣଙ୍କୁ ମିଳିବ ତେନଜିଂ ନର୍ଗେ ଜାତୀୟ ଦୁଃସାହସିକ ପୁରସ୍କାର । ପଞ୍ଜାବ ବିଶ୍ବବିଦ୍ୟାଳୟକୁ ମିଳିବ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି ।

ଅନ୍ୟପକ୍ଷରେ ଚଳିତ ବର୍ଷ ୫ ଜଣ କ୍ରୀଡ଼ାବିତଙ୍କୁ କ୍ରୀଡ଼ା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧି ଖେଳ ରତ୍ନ ମିଳିବ। ଏମାନଙ୍କ ମଧ୍ୟରେ କ୍ରିକେଟର ରୋହିତ ଶର୍ମା ମଧ୍ୟ ରହିଛନ୍ତି। ରୋହିତଙ୍କ ବ୍ୟତୀତ ଏସିଆନ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ରେସଲର ଭିନେଶ ଫୋଗଟ, ଟେବୁଲ ଟେନିସ ଚାମ୍ପିୟନ ମନିକା ବାତ୍ରା, ଜାତୀୟ ମହିଳା ହକି ଟିମର ଅଧିନାୟକ ରାଣୀ ରାମ୍ପପଲ ଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ମରିପ୍ପାନ ଥାଙ୍ଗାଭେଲୁ ରହିଛନ୍ତି।

ଚଳିତ ବର୍ଷ ୨୭ ଜଣଙ୍କୁ ମିଳିବ ଅର୍ଜନ ପୁରସ୍କାର । ଆଥ୍‌ଲେଟିକ୍‌ସରେ ଓଡ଼ିଆ ଝିଅ ଦୂତି ଚାନ୍ଦ, କ୍ରିକେଟରେ ଈଶାନ୍ତ ଶର୍ମା, ଦିପ୍ତୀ ଶର୍ମା , ହକିରେ ଆକାଶ ଦୀପ ସିଂହ ଓ ଦୀପିକା, ତୀରନ୍ଦାଜୀରେ ଅତନୁ ଦାସ, ବ୍ୟାଡମିଣ୍ଟନ୍‌ରେ ସାତ୍ତ୍ବିକ ସାଇରାଜ, ଚିରାଗ ଚନ୍ଦ୍ରଶେଖର, ବାସ୍କେଟବଲ୍‌ରେ ବିଶେଷ ଭ୍ରୁଗବଂଶୀ, ବକ୍ସିଂରେ ସୁବେଦାର ମନୀଷ କୌଶିକ ଓ ଲୋଭଲିନା ବୋରଗୋହେନଙ୍କୁ ମିଳିବ ଅର୍ଜୁନ ପୁରସ୍କାର ।

Get real time updates directly on you device, subscribe now.