fbpx

ଜେଲରେ ଇ-ମୁଲାକାତ୍ ବ୍ୟବସ୍ଥା

ଭୁବନେଶ୍ୱର, ୧୯ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । କରୋନା ସତର୍କତା ନେଇ ଜେଲରେ ଇ-ମୁଲାକାତ ବ୍ୟବସ୍ଥା କରାଯାଇଛି । ଆଜିଠୁ ସବୁ ଜେଲରେ ଇ-ମୁଲାକାତ ବ୍ୟବସ୍ଥା ଲାଗୁ ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ କାରାଗାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜେଲର ଭିଜିଟର ରୁମରେ ଲ୍ୟାପଟପ୍ ଓ ସ୍କାଏପି ବ୍ୟବସ୍ଥା କରାଯାଇଛି । ସ୍କାଏପି ମାଧ୍ୟମରେ କଏଦୀଙ୍କୁ ସମ୍ପର୍କୀୟ ମାନେ ମଧ୍ୟ ଭେଟିଛନ୍ତି । ଚୌଦ୍ୱାର ଜେଲରେ କଏଦୀମାନେ ୨୫ଜଣରୁ ଅଧିକ ଇ-ମୁଲାକାତ କରିଲେଣି । ପାରୋଲରେ ଥିବା କଏଦୀଙ୍କୁ ସାନିଟାଇଜ କରିବା ପରେ ଜେଲକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ଏନେଇ ଜେଲ୍ ଡ଼ିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.