ନିର୍ଭୟା ମାମଲା, ଦୋଷୀ ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ, ୧୯ା୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କ ମଧ୍ୟରୁ ଦୋଷୀ ମୁକେଶ ସିଂହର ଆବେଦନ ଖାରଜ ହୋଇଛି । ତାର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସେ ଅପରାଧ ସମୟରେ ଦିଲ୍ଲୀରେ ନଥିବା ଦର୍ଶାଇଥିଲା । ଆସନ୍ତାକାଲି ସକାଳ ୫ଟା ୩୦ରେ ୪ଦୋଷୀଙ୍କୁ ଫାଶୀ ଦିଆଯିବ ।
ଗତ ୫ତାରିଖ ଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଫାଶି ଦେବା ପାଇଁ ସାନି ଡ଼େଥ୍ ୱାରେଣ୍ଟ ଜାରି କରିଥିଲେ ପଟିଆଲାହାଉସ କୋର୍ଟ । ମାର୍ଚ୍ଚ ୨୦ରେ ୪ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶକୁ ଫାଶି ଦିଆଯିବ । ମାର୍ଚ୍ଚ ୨୦ସକାଳ ୫ଟା ୩୦ରେ ଫାଶି ଦିଆଯିବା ନେଇ ସମୟ ଧାର୍ୟ୍ୟ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶୀ ଉପରେ ସ୍ଥଗିତାଦେଶ ଲଗାଇଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ତେଣୁ ୩ତାରିଖ ଦିନ ଚାରି ଦୋଷୀଙ୍କୁ ଫାଶି ଦିଆଯାଇ ନଥିଲା । ଏହାକୁ ମିଶି ୩ଥର ଘୁଞ୍ଚିଥିଲା ଫାଶି ତାରିଖ । ପୂର୍ବରୁ ଜାନୁଆରି ୨୨, ପେବୃଆରୀ ୧ ଓ ମାର୍ଚ୍ଚ ୩ ରେ ମଧ୍ୟ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ । ଫାଶୀ ଆଳରୁ ବଞ୍ଚିବା ପାଇଁ ଦୋଷୀମାନେ ନୂଆ ନୂଆ ଚାଲ୍ ଖେଳିବାରେ ଲାଗିପଡ଼ିଥିଲେ ।

Get real time updates directly on you device, subscribe now.