fbpx

ମାସକୁ ୧ ଲକ୍ଷ ଟଙ୍କା ବେତନ: ୮ଟି ବଡ଼ ସଂସ୍ଥାରେ ଚାଲିଛି ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ଟଙ୍କା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ସେଥିପାଇଁ ଅଧିକାଂଶ ଲୋକ କେମିତି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ ସେନେଇ ଚିନ୍ତାରେ ରହିଥାନ୍ତି । ସାଧାରଣ ଭାବେ ଚାକିରି କରି ଲକ୍ଷ ଲକ୍ଷ ଟଙ୍କାର ରୋଜଗାର କରିବା ମୁସ୍କିଲ ବୋଲି ଅନେକ ଭାବି ନେଇଥାନ୍ତି । ମାତ୍ର ଏହା ଭୁଲ୍ କଥା । ଆପଣମାନେ ଏଭଳି କିଛି ଚାକିରି କରି ମାସକୁ ଲକ୍ଷାଧିକ ଟଙ୍କା ଦରମା ପାଇ ପାରିବେ । ବର୍ତ୍ତମାନ ସମୟରେ ଏଭଳି କିଛି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।

୧- କରେନ୍ସି ନୋଟ ପ୍ରେସ ନାସିକରେ ଶତାଧିକ ଅଲଗା ଅଲଗା ପୋଷ୍ଟ ବାହାରିଥିବା ବେଳେ ସିଲେକ୍ସନ ହେବା ପରେ ଆପଣଙ୍କୁ ମାସକୁ ସର୍ବାଧିକ ୯୫ ହଜାର ଟଙ୍କା ବେତନ ମିଳିବ ।

୨- ଏମ୍ସ ଭୋପାଳରେ ନନଫାକଲ୍ଟି ପଦ ଭର୍ତ୍ତି ଚାଲିଥିବା ବେଳେ ୩ ଶହରୁ ଅଧିକ ପଦରେ ମାସିକ ବେତନ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।

୩- ଏମ୍ସ ଗୋରଖପୁରରେ ଶତାଧିକ ପଦ ପାଇଁ ବିଜ୍ଞପ୍ତି ବାହାରିଥିବା ବେଳେ ସେଥିରେ ମାସକୁ ୨-୩ ଲକ୍ଷ ଟଙ୍କା ବେତନ ରହିଛି ।

୪- ବିଇଏମଏଲ ବା ଭାରତ ଅର୍ଥ ମୁଭର୍ସ ଲିମିଟେଡରେ କାର୍ଯ୍ୟନିର୍ବାହୀ ପଦରେ ସର୍ବାଧିକ ମାସିକ ବେତନ ୧-୩ ଲକ୍ଷ ଟଙ୍କା ରହିଛି ।

୫- ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ପାଖାପାଖି ୨ ଶହ ପଦ ପାଇଁ ଆବେଦନ ଚାଲିଥିବା ବେଳେ ସୂଚନା ପ୍ରଯୁକ୍ତିବିଦ୍ୟ, ରିସ୍କ ମ୍ୟାନେଜର, ଫାଇନାନ୍ସିଆଲ ଆନାଲିଷ୍ଟ, ଲ’ ଅଫିସର, କ୍ରେଡିଟ ଅଫିସର, ସିକ୍ୟୁରିଟି ଅଫିସର, ଲଇଷବ୍ରରିଆନ ଆଦି ପଦରେ ୧ ଲକ୍ଷ ପର୍ଯ୍ୟନ୍ତ ମାସିକ ବେତନ ରହିଛି ।

୬- କ୍ୟାବିନେଟ ସେକ୍ରେଟାରୀଏଟ ନିଯୁକ୍ତି, ଜିଆଇଏମଏସ ନିଯୁକ୍ତି, ଏଚଏଲ ନିଯୁକ୍ତିରେ ଲକ୍ଷାଧିକ ଟଙ୍କାର ଦରମା ସୁବିଧା ରହିଛି ।

Get real time updates directly on you device, subscribe now.